Latest Odisha News

BREAKING NEWS

Browsing Tag

Bus Accident

ଯାତ୍ରୀବାହୀ ବସ୍ ଓଲଟି ଜଣେ ମୃତ, ୧୫ ଆହତ

ଭଦ୍ରକ: ଭାରସାମ୍ୟ ହରାଇ ଓଲଟିଲା ବସ୍ । ଜଣଙ୍କ ମୃତ୍ୟୁ, ୧୫ରୁ ଅଧିକ ଜଣ ଆହତ । ଭଦ୍ରକ ଜିଲ୍ଲା ସାବରଙ୍ଗ ହାଇସ୍କୁଲ୍ ନିକଟରେ ଘରୋଇ ଯାତ୍ରୀବାହୀ ବସ୍ କ୍ରିଷ୍ଣା ଦୁର୍ଘଟଣାଗ୍ରସ୍ତ ହୋଇଛି । ଘରୋଇ ବସ୍ ଦୁର୍ଘଟଣାରେ ଜଣେ ମହିଳା ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି ।…

୧୨ ଜୀବନ ନେଇଥିବା ଘରୋଇ ବସର ନଥିଲା ବୀମା ଓ ପରମିଟ୍, ମାଲିକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କ ଭୟଙ୍କର ମୃତ୍ୟୁ ପରେ ଦୁର୍ଘଟଣାଗ୍ରସ୍ତ ଘରୋଇ ବସର ପରମିଟ୍ ଓ ବୀମା ନଥିବା ଜଣାପଡ଼ିଛି । ବିଳମ୍ବିତ ରାତିରେ ଘରୋଇ ବସଟି ସରକାରୀ ଓଏସ୍ଆରଟିସି ବସକୁ ଧକ୍କା ଦେଇଥିଲା । ରାତିରେ ଚଳାଚଳ ପାଇଁ ଘରୋଇ ବସ୍ ପାଖରେ ଆବଶ୍ୟକୀୟ ପରିମିଟ୍ ନଥିବା…

ବସରେ ସିରିଡି ଦର୍ଶନ ପାଇଁ ଯାଉଥିଲେ, ପିଟିଦେଲା ଟ୍ରକ; ୧୦ ମୃତ

ମହାରାଷ୍ଟ୍ର: ଆଜି ସକାଳୁ ନାସିକ-ଶିରିଡି ରାଜପଥରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଶିରିଡି ଦର୍ଶନ ପାଇଁ ଭକ୍ତଙ୍କୁ ନେଇ ଯାଉଥିବା ବସଟି  ଶିରିଡି ରାଜପଥର ପାଥେର ନିକଟରେ ଏକ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ବସ୍‌ରେ ପ୍ରାୟ ୪୫ ରୁ ୫୦ ଜଣ ଯାତ୍ରୀ ଥିଲେ । ସେଥିମଧ୍ୟରୁ ୧୦ ଜଣଙ୍କର…

ପିଟି ଦେଲା ବସ; ଚାଲିଗଲା ୩ ଜୀବନ

ସୁନ୍ଦରଗଡ: ସୁନ୍ଦରଗଡ ଥାନା ହେମଗିରି ଥାନା ଅଞ୍ଚଳରେ ମର୍ମନ୍ତୁଦ ଦୁର୍ଘଣଟଣା । ସ୍ଥାନୀୟ ଗୋପାଳପୁର ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା । ବସ୍ ଧକ୍କାରେ ଚାଲି ଯାଇଛି ୩ ବାଇକ ଆରୋହୀଙ୍କ ଜୀବନ । ମୃତକମାନେ ହେଲେ ହେମଗିରି ଥାନା ଗୋପାଳପୁର ଗାଁର ରୋହନ ପାଣ୍ଡେ, ଶ୍ୟାମ ଦିଗାଲ ଓ ଓମ ଭୈଶାଲ…

ଦୁର୍ଘଟଣାରେ ୧୫ ପ୍ରବାସୀ ଶ୍ରମିକ ମୃତ, ଦୀପାବଳି ମନାଇବାକୁ ଘରକୁ ଫେରୁଥିଲେ

ଭୋପାଳ: ଦୀପାବଳି ପାଳିବାକୁ ଉତ୍ସାହର ସହ ଘରକୁ ବାହାରିଥିଲେ । କାହା ହାତରେ ମିଠା ପ୍ୟାକେଟ୍ ତ ଆଉ କାହା ବ୍ୟାଗରେ ନୂଆ ପୋଷାକ । ଆଲୋକର ପର୍ବ ଦୀପାବଳି ପାଳିବା ଲାଗି ପାଖାପାଖି ଶହେ ଶ୍ରମିକ ମଧ୍ୟପ୍ରଦେଶର ରେୱାରୁ ଉତ୍ତରପ୍ରଦେଶ ଅଭିମୁଖେ ବସ୍ ଯୋଗେ ବାହାରିଥିଲେ । ହେଲେ ଆଲୋକର ପର୍ବ…

ନଦୀକୁ ଖସିଲା ITBP ଯବାନଙ୍କୁ ନେଇ ଯାଉଥିବା ବସ୍, ୬ ଯବାନ ସହିଦ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପହଲଗାମରେ ବଡ଼ ଧରଣର ଦୁର୍ଘଟଣା ଘଟିଛି । ନଦୀକୁ ITBP ଯବାନଙ୍କ ବସ୍ ଖସି ପଡ଼ିଛି । ତାଜା ସୂଚନା ଅନୁସାରେ ଦୁର୍ଘଟଣାରେ ୬ ଜଣ ITBP ଯବାନ ସହିଦ ହୋଇଛନ୍ତି । ଏକାଧିକ ଯବାନ ଆହତ ହୋଇଛନ୍ତି । ସେମାନଙ୍କୁ ଆର୍ମି ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି । ଅମରନାଥ…

ବିଦ୍ୟୁତ ଆଘାତରେ ବସ ହେଲ୍ପରଙ୍କ ମୃତ୍ୟୁ; ବଞ୍ଚିଗଲେ ୨୦ ଯାତ୍ରୀ

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ବସଷ୍ଟାଣ୍ଡ ଠାରେ ଏକ ଅବାଭନୀୟ ଘଟଣା ଘଟିଛି । ବସରୁ ଲୁହା ପାଇପ କାଢ଼ିବା ବେଳେ ୧୧ କେଭି ବିଦ୍ୟୁତ ତାର ସଂଶ୍ପର୍ସରେ ଆସି ବସ ହେଲ୍ପରଙ୍କ ମୃତ୍ୟୁ ଘଟିଛି । ବସରେ ଥିବା ସମସ୍ତ ୨୦ ଯାତ୍ରୀଙ୍କୁ ସାମାନ୍ୟ ବିଦ୍ୟୁତ ଝଟକା…

ପୁରୀରୁ ଭୁବନେଶ୍ୱର ଆସୁଥିବା ବସ୍ ଓଲଟିଲା: ୩୫ ଯାତ୍ରୀ ଗୁରୁତର ଆହତ

ପୁରୀ: ପୁରୀରୁ ଭୁବନେଶ୍ୱର ଆସୁଥିବା ଏକ ଘରୋଇ ବସ୍ ଓଲଟି ପଡ଼ିବା ଫଳରେ ପ୍ରାୟ ୩୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବାର ଖବର ମିଳିଛି ।  ପୁରୀରୁ ଶହେ ପାଖାପାଖି ଯାତ୍ରୀଙ୍କୁ ନେଇ ନେଇ ଫେରୁଥିବା ବେଳେ ଆଜି ମଧ୍ୟାହ୍ନରେ ସାତଶଙ୍ଖର ଯଶୁଆପୁରଠାରେ ସାରଳା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।…

ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିଲା ବସ୍, ୨୦ରୁ ଅଧିକ ଯାତ୍ରୀ ଆହତ

ଖୋର୍ଦ୍ଧା: ଖୋର୍ଦ୍ଧା ବାଘମାରି ସିମୋର ରାସ୍ତାରେ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିପଡ଼ିଲା ବାଙ୍କୀରୁ ଭୁବନେଶ୍ୱର ଆସୁଥିବା ଘରୋଇ ବସ୍ । ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ଅଛନ୍ତି । ଘଟଣାସ୍ଥଳରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ସୂଚନା ଅନୁସାରେ,…

ଯାତ୍ରୀବାହୀ ବସ୍ ଓ ଟ୍ରକ୍ ଧକ୍କା, ୩୦ରୁ ଅଧିକ ଆହତ

ବରଗଡ଼: ବରଗଡ଼ରେ ବସ୍ ଦୁର୍ଘଟଣା । ବରପାଲି ସହର ଦେଇ ଯାଇଥିବା ମୁଖ୍ୟ ରାଜପଥ କଡ଼ ସିନେମା ହଲ ନିକଟରେ ଦୁର୍ଘଟଣା ଘଟିଛି । ସରକାରୀ ଯାତ୍ରୀବାହୀ ବସ୍ ଓ ଟ୍ରକ୍ ଧକ୍କା ହେବା ଫଳରେ ୩୦ରୁ ଅଧିକ ଆହତ ହୋଇଛନ୍ତି । ବଲାଙ୍ଗିର ପଟୁ ଆସୁଥିବା ଏକ ସରକାରୀ ବସ୍ ଓ ବରଗଡ ପଟୁ ଯାଉଥିବା ଏକ ଟ୍ରକ୍…