Latest Odisha News

BREAKING NEWS

ଟିପର-ବସ୍ ଧକ୍କାରେ ଜଣେ ମୃତ ଓ ୮ ଆହତ, ନବରଙ୍ଗପୁରରୁ ଭୁବନେଶ୍ୱର ଆସୁଥିଲା ବସ୍

ଭୁବନେଶ୍ୱର: ନବରଙ୍ଗପୁରରୁ ଭୁବନେଶ୍ୱର ଆସୁଥିବା ବସ୍ ଆନ୍ଧ୍ରପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟିପର ସହ ବସର ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୮ ଜଣ ଆହତ ହୋଇଥିବା ସୂଚନା ମିଳିଛି । ମୃତକ ହେଲେ ବସ୍ ହେଲପର୍ । ତାଙ୍କର ପରିଚୟ ଜଣା ପଡିନି । ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆଜି ସକାଳୁ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲାର ସୋମପେଟା ମଣ୍ଡଳ ଅନ୍ତର୍ଗତ କୋରଲାମ ହାଇଓ୍ୱେର ଏହି ଦୁର୍ଘଟଣା ଘଟିଛି । ତ୍ରିପାଠୀ ନାମକ ବସଟି ନବରଙ୍ଗପୁରରୁ ଯାତ୍ରୀଙ୍କୁ ଧରି ଭୁବନେଶ୍ୱର ଅଭିମୁଖେ ଆସୁଥିଲା । ଏଥିରେ କିଛି ଛାତ୍ରଛାତ୍ରୀ ଥିବା ସୂଚନା ମିଳିଛି । ତେବେ ବସରେ କେତେ ଯାତ୍ରୀ ଥିଲେ ସଠିକ ଭାବରେ ସୂଚନା ମିଳି ପାରିନାହିଁ ।

Leave A Reply

Your email address will not be published.