Latest Odisha News

BREAKING NEWS

ଓଡ଼ିଶାରେ କରୋନାକୁ ବର୍ଷେ: ଆଜିର ଦିନରେ ଚିହ୍ନଟ ହୋଇଥିଲେ ପ୍ରଥମ ପଜିଟିଭ୍

ଭୁବନେଶ୍ୱର: ଓଡ଼ିଶାରେ କରୋନାକୁ ବର୍ଷେ ପୂରିଛି । ଗତବର୍ଷ ଆଜିର ଦିନରେ ରାଜ୍ୟରୁ ବାହାରିଥିଲା ପ୍ରଥମ ପଜଟିଭ୍ । ଇଟାଲୀ ଫେରନ୍ତା ଯୁବକ ସଂକ୍ରମିତ ହୋଇଥିଲେ । ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳର ଦେବାଶିଷ ଶ୍ରୀଚନ୍ଦନଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିଲା । କ୍ୟାପିଟାଲ ହସ୍ପିଟାଲରେ ଚିହ୍ନଟ ହୋଇଥିଲା ପ୍ରଥମ କେସ୍ । ଏହାରି ଭିତରେ ବର୍ଷେ ବିତିଛି । ମହାମାରୀ ସହ ସଫଳତାର ସହ ମୁକାବିଲା କରିଛି ଓଡ଼ିଶା । ଜୀବନରେ ଏମିତି କେବେ ଦିନ ଆସିବ ବୋଧେ କେହି କେବେ ସ୍ୱପ୍ନରେ ବି ଭାବି ନଥିଲେ ।

ସମସ୍ତଙ୍କୁ ଗୋଡ଼ାଉଥିଲା ଅଜଣା ଭୟ । ଧୀରେ ଧୀରେ ରାଜ୍ୟରେ ନାଲି ଆଖି ଦେଖାଇବା ଆରମ୍ଭ କରିଥିଲା ମହାମାରୀ । ପ୍ରଥମେ ବିଦେଶ ଫେରାନ୍ତାଙ୍କ ପାଇଁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଥିଲା । ଲକଡାଉନ୍ ଯୋଗୁ ଅନ୍ୟ ରାଜ୍ୟରୁ ଓଡ଼ିଆ ଫେରିବା ପରେ ବୃଦ୍ଧି ପାଇଥିଲା ଆକ୍ରାନ୍ତଙ୍କ ସଂଖ୍ୟା । ଏହାପରେ ଦିଲ୍ଲୀ ତବଲିକ୍ ଜମାତରୁ ଫେରନ୍ତାଙ୍କ ପାଇଁ ବଢ଼ିଥିଲା ପଜିଟିଭି କେସ୍ । ଶେଷରେ ପ୍ରବାସୀ ଓଡ଼ିଆ ଫେରିବା ପରେ କାୟା ମେଲାଇଥିଲା କରୋନା ।

ମାଡ଼ିଲା ମହାମାରୀ, ଗଡ଼ିଲା ମୁଣ୍ଡ । ରାଜ୍ୟରେ ପ୍ରତିଦିନ ସଂକ୍ରମଣ ଉପରମୁହାଁ ହେଉଥିଲା । ଅକାଳରେ ଆଖି ବୁଜୁଥିଲେ ଆକ୍ରାନ୍ତ । ମହାମାରୀ ଯେତିକି ଭୟଙ୍କର ରୂପ ଦେଖାଉଥିଲା, ମୁକାବିଲା ବି ସେତିକି ଶାଣିତ ଓ ସତର୍କତାମୂଳକ ଥିଲା । ଯୁଦ୍ଧକାଳୀନ ଭିତ୍ତିରେ ଖୋଲିଲା କୋଭିଡ୍ ହସ୍ପିଟାଲ । ଅସ୍ଥାୟୀ ମେଡିକାଲ୍ ଶିବିର ବି ଖୋଲିଲେ ସରକାର । ସରପଞ୍ଚକୁ ପ୍ରଦାନ କରାଯାଇଥିଲା ଜିଲ୍ଲାପାଳଙ୍କ କ୍ଷମତା । କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ଓ ଟିଏମ୍‌ସି ପରିଚାଳନା ନେଇ ସରପଞ୍ଚଙ୍କୁ ଦିଆଯାଇଥିଲା କ୍ଷମତା । କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ଓ ଟିଏମ୍‌ସି ପରିଚାଳନା ନେଇ ସରପଞ୍ଚଙ୍କୁ କ୍ଷମତା ଦିଆଯାଇଥିଲା ।

କୋଭିଡ୍‌ ମୁକାବିଲାରେ ଗୁରୁତ୍ୱପୂର୍ଣ୍ଣ ଥିଲା ଦକ୍ଷ ପରିଚାଳନା। ତୃଣମୂଳସ୍ତରରେ ପଦକ୍ଷେପ ଯୋଗୁ ଗ୍ରାମାଞ୍ଚଳରେ ସଂକ୍ରମଣ ବ୍ୟାପିବାରେ ରୋକ ଲାଗି ପାରିଲା । ଡୋର୍ ଡୁ ଡୋର୍ ସ୍କ୍ରିନିଂ କରାଗଲା । ଲୋକଙ୍କୁ ସଚେତନ କରାଇବା ପାଇଁ ଅନେକ ପଦକ୍ଷେପ ହାତକୁ ନେଇଛି ପ୍ରଶାସନ । ରାଜ୍ୟର ପଦକ୍ଷେପକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ବି ପ୍ରଂଶସା କରିଛି ।

ମାର୍ଚ୍ଚ ୫ ତାରିଖରେ କରୋନା ମୁକାବିଲା ପ୍ରସ୍ତୁତି ଆରମ୍ଭ କରିଥିଲେ ରାଜ୍ୟ ସରକାର । ମାର୍ଚ୍ଚ ୧୩ରେ କୋଭିଡକୁ ରାଜ୍ୟ ବିପର୍ୟ୍ୟୟ ଘୋଷଣା କରିଥିଲେ । କରୋନା ସହ ଲଢ଼େଇ ପାଇଁ ମାର୍ଚ୍ଚ ୨୧ରୁ ରାଜ୍ୟରେ ଘୋଷଣା ହୋଇଥିଲା ସଟଡାଉନ୍ । ଏମିତି ଚାଲିଲା ଲକଡାଉନ୍ ଓ ସଟଡାଉନ୍ । ଲୋକ ଘରେ ବନ୍ଦୀ ହୋଅଇ ରହିଲେ । ସେପ୍ଟେମ୍ବରରେ ଦୈନିକ ୪ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ । ଧୀରେ ଧୀରେ କାବୁ ପାଇଛି କରୋନା ।
To Tackle Covid-19 Infection Maharashtra Imposes Lockdown In Some Districts
ଏହି ବର୍ଷେ ଭିତରେ ଅନେକ କିଛି ବଦଳିଛି । ଏବେ ଶହେ ତଳେ ରହିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ମଲ୍, ହଲ୍, ମାର୍କେଟ ସବୁ ଖୋଲିଛି । ମହାମାରୀ ସହ ଲଢ଼େଇ ଭିତରେ ପୁଣି ଥରେ ଲୋକଙ୍କ ଭିତରେ ହସ ଫୁଟିଛି । କରୋନା ଯୋଦ୍ଧାଙ୍କ ଉଦ୍ୟମ ଓ ସରକାରଙ୍କ ପଦକ୍ଷେପ ପାଇଁ ଓଡ଼ିଶାରେ ସଂକ୍ରମଣ ଏବେ ନିୟନ୍ତ୍ରଣରେ ରହିଛି । ତଥାପି ସତର୍କତା ଜରୁରୀ । ବର୍ଷେ ଭିତରେ ଟିକା ଆସିଲା । ଏବେ ଟିକାକରଣ ଅଭିଯାନ ଚାଲିଛି । କିନ୍ତୁ କରୋନା ଏଯାଏ ସମ୍ପୂର୍ଣ୍ଣ ବିଦାୟ ନେଇନି ।

Leave A Reply

Your email address will not be published.