Latest Odisha News

BREAKING NEWS

ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ହୁତହୁତ୍ ହୋଇ ଜଳିଗଲା ବସ୍, ୪ ଯାତ୍ରୀ ଆହତ

ଭୁବନେଶ୍ୱର: ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ଅଘଟଣ । ଓଭରବ୍ରିଜ୍ ପାର୍ଶ୍ୱ ରାସ୍ତା କଲଭର୍ଟରେ ପିଟି ହୋଇ ଏକ ଘରୋଇ ଯାତ୍ରୀବାହୀ ବସ୍ ଜଳି ଯାଇଛି । ଦୁର୍ଘଟଣାରେ ଉକ୍ତ ଯାତ୍ରୀବାହୀ ବସରେ ଥିବା ୪ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ସୂଚନା ଅନୁସାରେ, ବସଟି ଫୁଲବାଣୀରୁ ଭୁବନେଶ୍ୱର ଆସୁଥିଲା । ବରମୁଣ୍ଡା ବସଷ୍ଟାଣ୍ଡରୁ ମାତ୍ର କେଇ ମିଟର ଦୂରରେ ଏକ ପିଟି ହୋଇଥିଲା ଲଳିତା ନାମକ ବସ୍ । ଫଳରେ ବସରେ ନିଆଁ ଲାଗି ଯାଇଥିଲା । କମିଶନରେଟ୍ ପୋଲିସ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି ।

Leave A Reply

Your email address will not be published.