ଯାଜପୁର: ରବିବାର ସନ୍ଧ୍ୟାରେ ଯାଜପୁର ରୋଡ ମିଲିଟାରୀ ଛକ ନିକଟରେ ଜଳିଗଲା ସମ୍ପୂର୍ଣ୍ଣ ବସ୍ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏଥିରେ କେହି ଆହତ ହୋଇନଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ସ୍ଥାନୀୟ ଏକ ଘରୋଇ କାରଖାନାର ବସ୍ ମିଲିଟାରୀ ଛକ ନିକଟରେ ରାସ୍ତା କଡ଼ରେ ଠିଆ ହୋଇରହିଥିଲା । ହଠାତ୍ ବସ୍ ରେ ନିଆଁ ଲାଗିଯାଇଥିଲା । ସ୍ଥାନୀୟ ଲୋକେ ଏହା ଦେଖି ଦାନଗଦି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
ଏହି ଅଗ୍ନିକାଣ୍ଡ ଫଳରେ କିଛି ସମୟ ପାଇଁ ଡୁବୁରୀ ଯାଜପୁର ରୋଡ଼ ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଥିଲା। ପରେ ପୋଲିସ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରିଥିଲା।
ସୂଚନାଯୋଗ୍ୟ, ଶନିବାର ଅପରାହ୍ନରେ କଟକ ଜଗତପୁରରୁ ଫେରୁଥିବା ବେଳେ ଏକ ମୋ ବସରେ ହଠାତ ଧୂଆଁ ବହରିଥିଲା। ଏହି କାରଣରୁ ଉତ୍ତେଜନା ପ୍ରକାଶ ପାଇବାରୁ ଭିତରେ ଥିବା ଯାତ୍ରୀ ଭୟଭୀତ ହୋଇଥିଲେ। ସେନସର୍ ଡୋର ବନ୍ଦ ହୋଇଯିବାରୁ ସେମାନେ ଝରକା ଦେଇ ପଦାକୁ ଆସିଲେ। ବହୁତ ଦିନ ହେବ ମୋ ବସ ଗୁଡିକର ମରାମତି ନହେବାରୁ ଏପରି ହେଉଥିବା ଡ୍ରାଇଭର କହିଥିଲେ।
Comments are closed.