Latest Odisha News

ଭାରସାମ୍ୟ ହରାଇ ନଦୀକୁ ଖସିଲା ବସ୍; ୩ ମୃତ, ୨୪ ଆହତ

ରାଞ୍ଚି: ଭାରସାମ୍ୟ ହରାଇ ନଦୀକୁ ଖସିଲା ବସ୍। ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୪ ଜଣ ଆହତ ହୋଇଥିବା ସୂଚନା ରହିଛି। ଝାଡ଼ଖଣ୍ଡ ଗିରିଡିହ ଜିଲ୍ଲା ବରାକର୍ ନଦୀରେ ଯାତ୍ରୀବାହୀ ବସ୍ ଖସିଥିବା ସୂଚନା ରହିଛି। ସମସ୍ତ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।

ଶନିବାର ରାତି ପ୍ରାୟ ୮.୪୦ ସମୟରେ ଗିରିଡିହ ଡୁମରୀ ସଡ଼କରେ ଏହି ଦୁର୍ଘଟଣା ଘଟିଥିବା ବେଳେ ରାଞ୍ଚିରୁ ଗିରିଡିହକୁ ଯାତ୍ରୀବାସୀ ବସ ଯାଉଥିଲା। ଏହି ସମୟରେ ବ୍ରିଜରୁ ବରାକର୍ ନଦୀକୁ ବସଟି ଖସିପଡିଥିଲା। ତେବେ ଏନେଇ ଅଧିକାରୀ କହିଛନ୍ତି ଯେ ଘଟଣାସ୍ଥଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ବସ୍‌ରେ କେତେ ଯାତ୍ରୀ ଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଜିଲ୍ଲା ପ୍ରଶାସନ ଏବଂ ପୋଲିସର ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସେପଟେ ଗିରିଡିହ ପୋଲିସ ଅଧୀକ୍ଷକ ଦୀପକ ଶର୍ମା ଘଟଣାସ୍ଥଳରେ ଅଛନ୍ତି ଏବଂ ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି। ଗିରିଡିହ ସିଭିଲ ସର୍ଜନ ଡାକ୍ତର ଏସପି ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଯେ ଡାକ୍ତରଖାନାକୁ ଅଣାଯାଇଥିବା ତିନି ଜଣଙ୍କୁ ମୃତ ଘୋଷଣା କରାଯାଇଥିବା ବେଳେ ଅନ୍ୟ ୨୪ ଜଣ ଆହତଙ୍କ ଚିକିତ୍ସା ଚାଲିଛି।

Leave A Reply

Your email address will not be published.