Latest Odisha News

BREAKING NEWS

ରାଜ୍ୟରେ ହ୍ରାସ ପାଇଲା ବସ ଭଡା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ଯାତ୍ରୀ ବସ୍ ଭଡା ହ୍ରାସ ପାଇବା ନେଇ ବୁଧବାର ଘୋଷଣା ହୋଇଛି। ଏହା ଦ୍ୱାରା ବସରେ ଗମନାଗମନ କରୁଥିବା ଲକ୍ଷାଧିକ ଯାତ୍ରୀ ଉପକୃତ ହେବେ।

ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ସାଧାରଣ ବସ ଓ ଏକ୍ସପ୍ରେସ ବସ ଭଡା ୨ ପଇସା ହ୍ରାସ ହୋଇଥିବାବେଳେ ଡିଲକ୍ସ ଓ ଏସି ବସ୍ ଯାତ୍ରୀ ଭଡା ୪ ପଇସା କମ୍ ହୋଇଛି।

ରାଜ୍ୟ ପରିବହନ କମିଶନରଙ୍କ ସୂଚନା ଅନୁଯାୟୀ ସାଧାରଣ ବସ ଭଡା କିଲୋମିଟର ପିଛା ପୂର୍ବରୁ କିଲୋମିଟର ପିଛା ୭୨ ପଇସା ଦେବାକୁ ପଡୁଥିଲା ବେଳେ ଏବେ ୭୦ ପଇସା ଦେବାକୁ ପଡିବ । ଏକ୍ସପ୍ରେସ ବସ୍ ଭଡା କିଲୋମିଟର ପିଛା ୭୫ ପଇସାରୁ ହ୍ରାସ ପାଇ ୭୩ ପଇସାରେ ପହଞ୍ଚିଛି।

ଅନ୍ୟପକ୍ଷରେ ଡିଲକ୍ସ ବସ ଭଡା ୧.୦୫ପଇସା ରୁ ହ୍ରାସ ପାଇ ୧.୦୧ପଇସା ହୋଇଛି । ସେହିପରି ଏସି ଡିଲକ୍ସର କିଲୋମିଟର ପିଛା ୧.୨୭ପଇସା ଦେବାକୁ ପଡୁଥିବାବେଳେ ଭଡା କମ୍ ହୋଇ ଏବେ ୧.୨୩ପଇସା ରେ ପହଞ୍ଚିଛି।

Leave A Reply

Your email address will not be published.