Latest Odisha News

ହକି ବିଶ୍ୱକପ ପାଇଁ ସ୍ୱତନ୍ତ୍ର ଡାକଟିକେଟ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପର ରଙ୍ଗାରଙ୍ଗ ଉଦଘାଟନୀ ଉତ୍ସବର ଗୋଟିଏ ଦିନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଏକ ସ୍ମାରକୀ ଡାକ ଟିକେଟ୍ ଉନ୍ମୋଚନ କରିଛନ୍ତି ।

ଓଡିଶା ହକି ପୁରୁଷ ବିଶ୍ୱକପ ଅବସରରେ ଭାରତର ଡାକ ଓ ତାର ବିଭାଗ ପକ୍ଷରୁ ଏକ ସ୍ମାରକୀ ଡାକଟିକେଟକୁ ସଚ୍ଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି ।

ହକି ଉପରେ ଆଧାରିତ ଭିନ୍ନଭିନ୍ନ ୫ଟି ଡାକଟିକେଟ୍ ଉନ୍ମୋଚନ କରି ଭୁବନେଶ୍ୱର ଡାକ ତାର ବିଭାଗକୁ ଏହି ଉଦ୍ୟମ ପାଇଁ ଧନ୍ୟବାଦ ଜଣାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ମୁଖ୍ୟ ମହା ଡାକପାଳ, କ୍ରୀଡା ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ରାଜ୍ୟ ହକି ମାନିଆରେ ବିଭୋର ରହିଥିବାବେଳେ ଏହାକୁ ସ୍ମରଣୀୟ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି।

Leave A Reply

Your email address will not be published.