Latest Odisha News

ରାଜ୍ୟରେ କମିଲା ବସ ଭଡା

ଭୁବନେଶ୍ୱର: ଓଡିଶା ସରକାରଙ୍କ ଦ୍ୱାରା ଶୁକ୍ରବାର ଦିନ ରାଜ୍ୟର ସମସ୍ତ ଶ୍ରେଣୀର ବସ ଭଡା କମ କରାଯାଇଛି । ସଂଶୋଧିତ ବସ ଭଡା ଅତିଶୀଘ୍ର ଲାଗୁ କରାଯିବ । ସାଧାରଣ ଓ ଏକ୍ସପ୍ରେସ ବସରେ କିମି ପିଛା ୧ ପଇସା ଏବଂ ଡିଲକ୍ସ ଓ ଏସି ଡିଲକ୍ସ ବସରେ କିମି ପିଛା ୨ ପଇସା କମ କରାଯାଇଛି । ପେଟ୍ରୋଲର ମୂଲ୍ୟ କମିଥିବାରୁ ବସ ଭଡା କମ କରାଯାଉଥିବା ନେଇ ଅଫିସିଆଲ ବିଜ୍ଞପ୍ତିରେ ପ୍ରକାଶ ପାଇଛି ।

ତେବେ ସାଧାରଣ ବସ ଭଡା କିମି ପିଛା ୬୯ରୁ ୬୮ ପଇସା ଓ ଏକ୍ସପ୍ରେସ ବସ ଭଡା କିମି ପିଛା ୭୨ରୁ ୭୧ ପଇସାକୁ ହ୍ରାସ ପାଇଛି । ଡିଲକ୍ସ ବସ ଭଡା କିମି ପିଛା ୯୯ରୁ ୯୭ ପଇସା ଓ ଏସି ଡିଲକ୍ସ ବସ କିମି ପିଛା ୧ ଟଙ୍କା ୨୧ପଇସାରୁ ୧ଟଙ୍କା ୧୯ ପଇସାକୁ ହ୍ରାସ କରାଯାଇଛି ।

Comments are closed.