ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଖଇରାମୁଣ୍ଡା ଗାଁ ନିକଟରେ ଅଘଟଣ । ୫୩ ନମ୍ବର ଜାତୀୟ ରାଜପଥର ୩ ଜଣ ଶ୍ରମିକଙ୍କ ଉପରେ ଏକ ବସ୍ ଚଢିଯାଇଛି । ଫଳରେ ତିନି ଜଣଙ୍କର ମୃତତ୍ୟୁ ଘଟିଛି । ମୃତ ଶ୍ରମିକମାନେ ହେଲେ ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ଅନ୍ତର୍ଗତ ନାଉପାଳକାଟେଣୀ ଗାଁର ପିନୁ ସାହୁ, ସାଗର ପ୍ରଧାନ଼ ଏବଂ ସୁମନ୍ତ ପରିଡା ।
ଖବର ମୁତାବକ, ଆଜି ୩ ଜଣ ଏକ ବାଇକ୍ ଯୋଗେ ଖଇରାମୁଣ୍ଡା ଗାଁକୁ ନିଜର କାମ ପାଇଁ ଯାଉଥିବାବେଳେ, ଏହି ସମୟରେ ଏକ ଯାତ୍ରୀବାହୀ ବସ୍ଟି ସେମାନଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ସାଗରଙ୍କ ମୃତ୍ୟୁ ହୋଇଥିଲା । ପିନୁ ଏବଂ ସୁମନ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । କ୍ଷତିପୂରଣ ଦାବି କରି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିବା ଫଳରେ ଉକ୍ତ ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଜାରି ରଖିଛି ।
Comments are closed.