ବାଲେଶ୍ବର:ଏନ୍ଏଚ୍ ୧୬ ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ବସ୍ ଦୁର୍ଘଟଣା । ଟ୍ରକ୍ ପଛରେ ପିଟି ହେଲା ପଶ୍ଚିମବଙ୍ଗର ବାବୁଘାଟ ଯାଉଥିବା ଘରୋଇ ବସ୍ । ଯାତ୍ରୀବାହୀ ବସ୍ ଜଳେଶ୍ୱର ଲକ୍ଷ୍ମଣନାଥ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ହେଲପର ଏବଂ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଡ୍ରାଇଭର ଅବଦୁଲ ରହିମ ଓ ହେଲ୍ପର ନୃସିଂହ କାଠୁଆ।
ସୂଚନାଥାଉକି, ଆଜି ପ୍ରାୟ ରାତି ୨ଟା ସମୟରେ ପଶ୍ଚିମବଙ୍ଗର ଏକ ଡଲଫିନ ନାମକ ଘରେଇ ଯାତ୍ରୀବାହୀ ବସ୍ ୬୦ରୁ ଅଧିକ ପାସେଞ୍ଜରକୁ ନେଇ କଲିକତା ବାବୁଘାଟ ଫେରୁଥିଲା । ଏହି ସମୟରେ ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲଗେଟ ପଛୁକୁ ରାସ୍ତା କଡରେ ଠିଆ ହୋଇଥିବା ଧାନ ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ଡ୍ରାଇଭର ଓ ହେଲପର ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି।
ଏପଟେ ଖବର ପାଇ ଜଳେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରି କରି ଜଳେଶ୍ୱର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ପରେ ଦୁଇ ଗୁରୁତରଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
Comments are closed.