କଟକ: ମହଙ୍ଗା ପଡ଼ିଲା ନିୟମ ଉଲ୍ଲଙ୍ଘନ। ଘରୋଇ ବସ୍କୁ ମୋଟା ଫାଇନ୍। ଘରୋଇ ବସ୍କୁ ୯ ଲକ୍ଷ ୯୨ ହଜାର ଟଙ୍କାର ଜରିମାନା କଲେ ଆର୍ଟିଓ। ଫିଟିନେସ୍, ପରମିଟ୍, ବକେୟା ସହ ଜରିମାନା ରାଶି ମିଶାଇ ୧୦ ଲକ୍ଷ ଫାଇନ୍।
ଶିବଶଙ୍କର ବସ୍ ମାଲିକ ଗଣିଲେ ପାଖାପାଖି ୧୦ ଲକ୍ଷ ଟଙ୍କାର ଫାଇନ୍ । ସରକାରଙ୍କୁ ଟାକ୍ସ ଫାଙ୍କିବା, ଗାଡ଼ିର ଇନ୍ସୁରାନ୍ସ ନାହିଁ, ରାସ୍ତାରେ ଚାଲିବାର ପରମିଟ୍ ବି ନଥିଲା। ଫିଟ୍ନେସ୍ ନଥିବା କାରଣରୁ କଟକ ଆରଟିଓ ପକ୍ଷରୁ ୧୦ ଲକ୍ଷ ଟଙ୍କା ଫାଇନ୍ କରାଯାଇଥିଲା । ଆଉ ଗତକାଲି ଫାଇନ୍ ଦେଇ ଗାଡ଼ି ଛଡ଼ାଇଲେ ବସ୍ ମାଲିକ ।
ବସ୍ ଉପରେ ୧୦ ଲକ୍ଷ ଟଙ୍କା ଫାଇନ କରିଥିଲା କଟକ RTO। ବସ୍ ନମ୍ବର ଓଡି 05 ଏଭି5465 । ଫିଟନେସ୍ ପାଇଁ ୫ହଜାର, ପଲ୍ୟୁସନ ପାଇଁ ୧୦ ହଜାର, ପର୍ମିଟ ବାବଦକୁ ୧୦ ହଜାର, ବୀମା ପାଇଁ ୨ ହଜାର, ଟ୍ୟାକ୍ସ ୩ ଲକ୍ଷ ୭ହଜାର ୬୬୪ ଓ ପେନାଲ୍ଟି ବାବଦକୁ ୬ଲକ୍ଷ ୮୫ ହଜାର ୯୨ ଟଙ୍କା ସମୁଦାୟ ୧୦ ଲକ୍ଷ ୧୯ ହଜାର ୭୫୬ ଟଙ୍କା ଫାଇନ କରାଯାଇଥିଲା।
Comments are closed.