Latest Odisha News

BREAKING NEWS

ପିକଅପ୍ ଭ୍ୟାନ ଓ ବସ୍ ମୁହାଁମୁହିଁ ଧକ୍କା, ୩ ମୃତ, ଅନେକ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଖଡଭାଗ ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍ ସହିତ ମୁହାଁମୁହିଁ ଧକ୍କା ହୋଇଛି ଏକ ପିକଅପ୍ ଭ୍ୟାନ । ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଆଜି ଦିନ ପ୍ରାୟ ୧୧ଟା ସମୟରେ ଏକ ଯାତ୍ରୀବାହୀ ବସ ଆସିକାରୁ ବ୍ରହ୍ମପୁର ଯାଉଥିବା ବେଳେ ବିପରୀତ ଦିଗରୁ ବ୍ରହ୍ମପୁରରୁ ଆସିକା ଅଭିମୁଖେ ଆସୁଥିବା ପିକଅପ୍‌ ଭ୍ୟାନ ସହ ମୁଁହାମୁଁହି ଧକ୍କା ହୋଇଥିଲା । ଦୁର୍ଘଟଣା ପିକ୍‌ଅପ୍‌ ଭ୍ୟାନରେ ଥିବା ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବସ୍ ରେ ଥିବା ସମସ୍ତ ଯାତ୍ରୀଙ୍କ ମଧ୍ୟରୁ ୪ ଜଣ ଯାତ୍ରୀ ଆହତ ହୋଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଆସିକା ପୋଲିସ, ଅଗ୍ନିଶମବାହିନୀ ପହଞ୍ଚି ସମସ୍ତ ମୃତକଙ୍କୁ ଉଦ୍ଧାର କରିବା ସହ ଆହତ ମାନଙ୍କୁ ନିକଟସ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

 

Leave A Reply

Your email address will not be published.