Latest Odisha News

BREAKING NEWS

ଆଜିଠୁ ପାଗରେ ପରିବର୍ତ୍ତନ: ଆଗାମୀ ୬ ଦିନ ପାଗ ଶୁଖିଲା ରହିବ, କମିବ ରାତି ତାପମାତ୍ରା

ଭୁବନେଶ୍ବର: ତିନି ଦିନ ପରେ ଆଜି ପାଗରେ ପରିବର୍ତ୍ତନ ଘଟିଛି । କୋହଲା ପାଗ ସାଙ୍ଗକୁ ଝିପଝିପ ବର୍ଷା ଫଳରେ ଜାଡରେ କଲବଲ ହୋଇଯାଉଥିଲେ ଲୋକେ । ହେଲେ ଆଜି ଖରା କାରଣରୁ କୋହଲା ପାଗ ଓ ଥଣ୍ଡା ପବନରୁ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଆଜିଠୁ ଆଗାମୀ ୬ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

BjdElectrycity

ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜିଠାରୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବ । ରାଜ୍ୟର ୧୮ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିଛି । ପାଗ ମୁଖ୍ୟତଃ ଶୁଖିଲା ରହିବ । ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବା ସହ ରାତି ତାପମାତ୍ରା ସାମାନ୍ୟ କମିବ । ବର୍ତ୍ତମାନ ଯେତିକି ଅଛି, ତାଠାରୁ ୨ ରୁ ୩ ଡିଗ୍ରୀ ସେଲସିୟସ୍ କମିପାରେ । ଏହା ପ୍ରଭାବରେ ରାଜ୍ୟରେ ଶୀତ ସାମାନ୍ୟ ବଢ଼ିବ ।

ଓଡିଶାରୁ ଆନ୍ଧ୍ର ମଧ୍ୟ ଦେଇ ଯାଇଥିବା ନିମ୍ନ ଚାପରେଖା ଫଳରେ ଓଡ଼ିଶା ମଧ୍ୟକୁ ପ୍ରଚୁର ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଆସୁଛି । ଯାହା ଫଳରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୪ ଜିଲ୍ଲାରେ ଘନ କୁହୁଡି ନେଇ ୟଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.