Latest Odisha News

BREAKING NEWS

ନିର୍ଦ୍ଦେଶ ସତ୍ତ୍ୱେ ଗଡିବନି ଘରୋଇ ବସ୍‌

ଭୁବନେଶ୍ୱର: ରାଜ୍ୟରେ ଗଡିବନି ଘରୋଇ ବସ୍ । ସରକାରୀ ନିର୍ଦ୍ଦେଶ ସତ୍ତ୍ୱେ ଜିଦରେ ଅଟଳ ରହିଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ୫୦ ପ୍ରତିଶତ ଯାତ୍ରୀରେ ବସ୍ ଚଳାଚଳ ପାଇଁ ଅନୁମତି ମିଳିଥିବାରୁ ଏହି ସର୍ତ୍ତରେ ରାଜି ହେଉ ନାହାନ୍ତି ବସ୍ ମାଲିକ । ବସ ଚଳାଚଳ ପାଇଁ ଅନୁମତି ମିଳିଥିଲେ ହେଁ ଏହା ସମ୍ଭବ ନୁହେଁ। କାରଣ ନୂଆ ଗାଇଡ଼ଲାଇନ୍ ଅନୁସାରେ ଗାଡ଼ି ଚଳାଚଳ ହେବାଦ୍ୱାରା ଅନେକ କ୍ଷତି ସହିବାକୁ ପଡ଼ିବ ବୋଲି ଘରୋଇ ବସ୍ ମାଲିକ ସଂଘ କହିଛି ।

ଗତକାଲି ସରକାର ଗ୍ରୀନ୍ ଜୋନ୍‌ରେ ବସ ଚଳାଚଳ କରିବା ପାଇଁ ନିଷ୍ପତ୍ତ ନେଇଥିଲେ । ଯଦି ମଝିରେ ରେଡ୍ କିମ୍ବା ଅରେଂଜ ଜୋନ୍ ପଡେ ତେବେ ସେହି ରୁଟ୍‌ରେ ବସ୍ ଚାଲିପାରିବ ନାହିଁ ବୋଲି କହିଥିଲେ । ତେବେ ସରକାରଙ୍କ ନିଷ୍ପତ୍ତି କ୍ରମେ କ୍ଷତି ହେଉଥିବାରୁ ଏଥିରେ ରାଜି ହୋଇନାହାନ୍ତି ଘରୋଇ ବସ୍ ମାଲିକ ସଂଘ । ରାଜ୍ୟରେ ବସ୍ ଗଡିବ ନାହିଁ ବୋଲି ରୋକଠୋକ ଶୁଣାଇଛି ବସ୍ ମାଲିକ ସଂଘ ।

Leave A Reply

Your email address will not be published.