Latest Odisha News

BREAKING NEWS

ଏବେ ଖୋଲିବନି ମଦ ଦୋକାନ

ଭୁବନେଶ୍ୱର: ରାଜ୍ୟର କୌଣସି ଅଂଚଳରେ ଏବେ ଖୋଲିବନି ମଦ ଦୋକାନ । ବାହାର ରାଜ୍ୟରେ ମଦ ଦୋକାନ ଖୋଲିବା ସ୍ଥିତି ଉପରେ ନଜର ରଖିଛନ୍ତି ସରକାର । ଖୁବଶୀଘ୍ର ଅବକାରୀ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହେବ ବୋଲି ଖୋଦ୍ ଅବକାରୀ ବିଭାଗ ସୂଚନା ଦେଇଛି। ଆସନ୍ତା ଦିନେ କି ଦୁଇ ଦିନ ଭିତରେ ଏନେଇ ନିଷ୍ପତ୍ତି ନିଆଯିବ ବୋଳି ଅବାକରୀ ବିଭାଗ କହିଛି ।

ସୂଚନା ଯୋଗ୍ୟ ଯେ, ଲକଡାଉନ-୩.୦ରେ ମଦ ଦୋକାନ ଖୋଲିବା ନେଇ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । କିନ୍ତୁ ଏହି ଅନୁମତି ମିଳିବା ପରେ ସାରା ଦେଶରେ ସ୍ଥିତି ଅସମ୍ଭାଳ ହୋଇପଡିଥିବାର ଚିତ୍ର ସାମ୍ନାକୁ ଆସିଛି । ମଦ ପାଇଁ ଲୋକ ଅମାନିଆ ହେଉଛନ୍ତି । ଦୋକାନ ଆଗରେ ଲମ୍ବା ଲାଇନ୍ ଲାଗୁଛି । ଏଭଳି କି ମାରପିଟ୍ ମଧ୍ୟ ହେଉଛନ୍ତି ।

ତେବେ ଓଡିଶାର ଗ୍ରୀନ ଜୋନରେ ଅନେକ ସ୍ଥାନରେ ମଦ ଦୋକାନକୁ ଜିଲ୍ଲା ପ୍ରଶାସନ ବନ୍ଦ ରଖିଛି । ଗ୍ରୀନ ଜୋନରେ ମଦ ଦୋକାନ ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଥିଲେ ମଧ୍ୟ ଓଡିଶାର ସ୍ଥାନୀୟ ପ୍ରଶାସନ ମଦ ଦୋକାନ ବନ୍ଦ ରଖିବାକୁ ନିଷ୍ପତି ନେଇଛି ।

Leave A Reply

Your email address will not be published.