ଭୁବନେଶ୍ୱର: ରାଜ୍ୟର ଗ୍ରୀନ ଜୋନରେ ଚାଲିପାରେ ବସ୍ । କେନ୍ଦ୍ର ସରକାର ଲକଡାଉନ୍ ୩.୦ ଗାଇଡଲାଇନରେ ଅନୁମତି ଦେଇଛନ୍ତି । ଏହାପରେ ରାଜ୍ୟରେ ବସ୍ ଚଳାଚଳ ନେଇ ବିଚାରବିମର୍ଶ ଚାଲିଥିବା ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଏନେଇ ରାଜ୍ୟ ବସ୍ ମାଲିକ ସଂଘ ସହ ଆଲୋଚନା ହୋଇଛି ।
କେନ୍ଦ୍ରର ନୂଆ ଗାଇଡଲାଇନ ଅନୁସାରେ ଘରୋଇ ଓ ସରକାରୀ ବସକୁ କିଭଳି ସୁବିଧା ଦିଆଯାଇ ପାରିବ ସେଦିଗରେ ଚିନ୍ତା କରୁଛନ୍ତି ସରକାର । ମୁଖ୍ୟମନ୍ତ୍ରୀ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି । ଗ୍ରୀନ ଜୋନରେ ୫୦ ପ୍ରତିଶତ ବସ୍ ଚଳାଚଳ ଓ ୫୦ ପ୍ରତିଶତ ଯାତ୍ରୀ କ୍ଷମତା ସହ ବସ୍ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ପୂର୍ବରୁ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରି ସବୁ ରାଜ୍ୟର ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏତିକିବେଳେ ବସର ବୀମା ଅବଧିକୁ ଛଅ ମାସ ବୃଦ୍ଧି ସହ ଟିକସ ଛାଡ ପାଇଁ ଦାବି ରଖିଥିଲେ ମନ୍ତ୍ରୀ ପଦ୍ମନାଭ ବେହେରା ।
BREAKING NEWS
- ନୂତନ ବିଧାନସଭା ଏବଂ ଲୋକସେବା ଭବନ ନିର୍ମାଣର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇଲା ବିଜେଡି
- Nipah Virus: ଓଡ଼ିଶାକୁ ନାହିଁ ନିପା ଭୟ, ରୋଗୀ ଚିହ୍ନଟ ହୋଇନାହାନ୍ତି: ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
- ଜାନୁଆରୀ ୧୭ ଯାଏଁ ଥରିବ ଓଡ଼ିଶା…
- ଖେଳାଳିଙ୍କ ଚାପରେ ନରମିଲା ବିସିବି, ପଦରୁ ହଟିଲେ ନଜମୁଲ ଇସଲାମ
- Community Clash: ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ; ୧୪୪ ଧାରା ଜାରି, ଶାନ୍ତି ବଜାୟ ରଖିବାକୁ ଅପିଲ କଲେ…
- ୧୯୦ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନରେ ନିଆଁ…
- ସତ ମାନିଲା ଲସ୍କରର ମୁଖ୍ୟ କମାଣ୍ଡର, ‘ଅପରେସନ୍ ସିନ୍ଦୁର ଏକ ବଡ଼ ଆକ୍ରମଣ ଥିଲା, ଆଲ୍ଲା ଆମକୁ ରକ୍ଷା କରିଥିଲେ’
- Flight Tickets 1 Rupee: କେବଳ ୧ ଟଙ୍କାରେ ମିଳୁଛି ବିମାନ ଟିକେଟ୍!, ବଡ଼ ଅଫର୍ ଆଣିଲା ଇଣ୍ଡିଗୋ…
- ବୋମା ଖାଇ ହାତୀ ଗୁରୁତର, ଅନୁଗୁଳରୁ ଉଦ୍ଧାର…
- The Millet Diary: ଓଡ଼ିଆ ଫିଲ୍ମ ‘ଦ ମିଲେଟ ଡାଏରୀ’ର ଟିଜର ରିଲିଜ, ଏହି ଦିନ ହେବ ରିଲିଜ..
Comments are closed.