Latest Odisha News

BREAKING NEWS

ପ୍ରବାସୀ ଶ୍ରମିକଙ୍କ ଟ୍ରେନ୍ ଖର୍ଚ୍ଚକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ

ନୂଆଦିଲ୍ଲୀ: ସରା ଦେଶରେ କରୋନା ତାର କାୟା ମେଲାଇଛି । ଏହାକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ଲକଡାଉନ୍ ଜାରି ହୋଇଛି । ତେବେ ବାହାର ରାଜ୍ୟରେ ଅଟକି ରହିଥିବା ଶ୍ରମିକଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବା ଲାଗି ସ୍ୱତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି । ତେବେ ଟ୍ରେନ୍‌ରେ ଘର ବାହୁଡିବା ଲାଗି ଶ୍ରମିକଙ୍କୁ ଟିକଟ ଖର୍ଚ୍ଚ ଦେବାକୁ ପଡୁଛି । ଏହାକୁ ନେଇ ବିଜେପି ଉପରେ ବର୍ଷିଛି କଂଗ୍ରେସ ।

କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି, ବିଦେଶରୁ ସ୍ୱଦେଶ ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ବିମାନରେ ମାଗଣା ଅଣାଯାଉଛି । ଏପରିସ୍ଥଳେ ଶ୍ରମିକଙ୍କ ପାଇଁ ଟ୍ରେନ୍‌ରେ ଟିକ ବ୍ୟବସ୍ଥା କରିବା ଦୁଃଖର କଥା । ଶ୍ରମିକଙ୍କ ପାଇଁ ପ୍ରତି ରାଜ୍ୟର ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଟିକଟ ଖର୍ଚ୍ଚ ବହନ କରାଯିବ ବୋଲି ସେ କହିଛନ୍ତି ।

ସେପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛି ରାଜ୍ୟ ବିଜେପି । କରୋନା ଭଳି ମହାମାରି ସମୟରେ ଏ ବିଷୟକୁ ନେଇ ରାଜନିତି କରିବା ନିନ୍ଦନୀୟ। ବର୍ତମାନ ରେଳ ଯାତ୍ରା ଉପରେ କେନ୍ଦ୍ର ସରକାର ୮୫ ପ୍ରତିଶତ ଅର୍ଥ କେନ୍ଦ୍ର ସରକାର ଦେଉଛନ୍ତି। ଯେଉଁମାନେ ସହଯୋଗ କରିବାକୁ ଚାହିଁବେ ଅନ୍ୟ ବାଟରେ ସହଯୋଗ କରିପାରିବେ।

ପିଏମ କେୟାର ଫଣ୍ଡ ମାଧ୍ୟମରେ ଓ ଅନ୍ୟ ବାଟେ ଦେଇପାରିବେ। କିନ୍ତୁ ଏଭଳି ସମୟରେ ଏମିତି ରାଜନୀତି ଶୋଭନୀୟ ନୁହେଁ ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି।

Leave A Reply

Your email address will not be published.