Latest Odisha News

BREAKING NEWS

ଘରୋଇ ବସ୍‌ କର୍ମଚାରୀ ଓ ମାଲିକଙ୍କ ମଧ୍ୟରେ ବିବାଦ: ୪୦ଟି ରୁଟ୍‌ରେ ଗଡ଼ୁନି ବସ୍‌, ଯାତ୍ରୀ ହନ୍ତସନ୍ତ

କୋରାପୁଟ:ଘରୋଇ ବସ୍‌ କର୍ମଚାରୀ ଓ ମାଲିକଙ୍କ ମଧ୍ୟରେ ବିବାଦ । ବିବାଦ ଯୋଗୁଁ କୋରାପୁଟ୍‌ରୁ ୪୦ଟି ରୁଟ୍‌ରେ ଗଡ଼ୁନି ବସ୍‌। ଫଳରେ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି। ବସ୍‌ ଚଳାଚଳ ଟାଇମିଂକୁ ନେଇ କର୍ମଚାରୀଙ୍କୁ ଗାଳିଗୁଲଜରୁ ବିବାଦ ଉପୁଜିଥିବା ଜଣାପଡିଛି ।

ଆଜି ସକାଳୁ କୌଣସି ବସ ଗଡୁନି। ଗତକାଲି ବସ୍ ଟାମିଂକୁ ନେଇ ହୋଇଥିଲା ବଚସା। ଏହାର ପ୍ରତିବାଦରେ ଆଜି କୌଣସି କର୍ମଚାରୀ ବସ୍ ଚଳାଉନାହାଁନ୍ତି। ଫଳରେ କୋରାପୁଟ୍‌ରୁ ୪୦ଟି ରୁଟ୍‌ରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି। ସେପଟେ ବିବାଦ ସମାଧାନ ନହେବା ଯାଏ କର୍ମଚାରୀ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି କର୍ମଚାରୀ ।

Leave A Reply

Your email address will not be published.