ବାଲେଶ୍ବର: ଗୋଟିଏ ପଟେ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ସଂଘ ଧର୍ମଘଟ ଡାକରା ଦେଇଛି, ଅନ୍ୟପଟେ ଏହି ଧର୍ମଘଟ ଡାକରାରେ ଫାଟ ଦେଖିବାକୁ ମିଳିଛି। ବାଲେଶ୍ବର ବସ ସଂଘ କହିଛି, ରାତି ଅଧିଆ ବସ ଧର୍ମଘଟ କରିବା ଠିକ୍ ନୁହଁ। ସେମାନେ କଟକ, ଭୁବନେଶ୍ୱରକୁ ବସ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସଂଘ ସାମ୍ବାଦିକ ସମ୍ମିଳନୀ କରି କହିଛି।
ବାଲେଶ୍ୱର ଘରୋଇ ବସ୍ ମାଲିକ ସଂଘ ସଭାପତି ବାଦଲ ଦାସ କହିଛନ୍ତି, ଆମେ ଧର୍ମଘଟକୁ ବିରୋଧ କରୁନୁ, ମାତ୍ର ଏହା ଉଚିତ ସମୟ ନୁହେଁ। କାଲି ଧର୍ମଘଟ ପାଇଁ ଆଜି ରାତିରେ ଘୋଷଣା କରିବା ଠିକ୍ ହୋଇନି। ଆମେ ବସ ଚଳାଇବାକୁ ନିଷ୍ପତ୍ତି ନେଇଛୁ। ସରକାର ଆମକୁ ଯଦି ସୁରକ୍ଷା ଦେବେ ତାହେଲେ ଆମେ ରାଜଧାନୀକୁ ବସ ଚଳାଇବୁ।
ଘରୋଇ ବସ ମାଲିକ ସଂଘ ଧର୍ମଘଟ ଡାକରା ଦେବା ପରେ ବିଭିନ୍ନ ସ୍ଥାନରେ ଭିଡ ଦେଖିବାକୁ ମିଳିଛି। ଅନେକ ଲୋକ ସିଟ୍ ନପାଇବାରୁ ବସରେ ଯିବାକୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି।
Comments are closed.