Latest Odisha News

BREAKING NEWS

ଭାରତ-କାନାଡା ବିବାଦ: ଭାରତରେ ଥିବା ୪୧ କୁଟନୀତିଜ୍ଞଙ୍କୁ ଫେରାଇ ନେଲା କାନାଡା

କାନାଡା: କାନାଡା ଭାରତରେ ଥିବା ନିଜର ୪୧ କୁଟନୀତିଜ୍ଞଙ୍କୁ ଫେରାଇ ନେଇଛି । ଖଲିସ୍ଥାନୀ ଆତଙ୍କୀ ହରଦୀପ  ସିଂହ ନିଜ୍ଜରଙ୍କ ହତ୍ୟା ମାମଲାରେ ଭାରତର ସଂପୃକ୍ତି ଥିବା ଅଭିଯୋଗ କରିବା ପରେ ଦୁଇ ଦେଶର ସମ୍ପର୍କରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି । କାନାଡାର ବିଦେଶ ମନ୍ତ୍ରୀ ମେଲାନୀ ଜୋଲି ଗୁରୁବାର (୧୯ ଅକ୍ଟୋବର)କୁ ଫେରାଇ ନେଇଥିବା ସୂଚନା ଦେଇଥିଲେ । ତେବେ ଏହି ଘଟଣା ପରେ କାନାଡା ପାଲଟା କାର୍ଯ୍ୟାନୁଷ୍ଠାନ ନେବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି ବିଦେଶ ମନ୍ତ୍ରୀ ମେଲାନୀ ଜୋଲି ।

BjdElectrycity

କାନାଡା ବିଦେଶ ମନ୍ତ୍ରୀ କହିଛନ୍ତି, ଭାରତ କାନାଡା କୁଟନୀତିଜ୍ଞଙ୍କୁ ଦେଶ ଛାଡିବା ପାଇଁ କହିଥିଲା । ଭାରତ ଏକଥା ମଧ୍ୟ କହିଥିଲା, ଯଦି ସେମାନ ଦେଶ ଛାଡି ନ ଯାଆନ୍ତି ତେବେ ରାଜନୈତକ ସୁବିଧା ବନ୍ଦ କରି ଦିଆଯିବ । ତେବେ ଭାରତର ଏପରି ପଦକ୍ଷେପ ଅନୁଚିତ ବୋଲି କହିଛନ୍ତି କାନାଡା ବିଦେଶ ମନ୍ତ୍ରୀ  । ଏହା ରାଜନୈତିକ ସମ୍ବନ୍ଧ ଦୃଢ କରିବା ହୋଇଥିବା ବିଏନା କନଭେନଶନକୁ ଏହା ଉଲ୍ଲଘଂନ କରୁଛି ।

କାନାଡା ବିଦେଶ ମନ୍ତ୍ରୀ  ଏକ ପ୍ରେସ କନଫରେନ୍ସରେ ଏକଥା ସ୍ପଷ୍ଟ କରିଛନ୍ତି, ଭାରତର କାର୍ଯ୍ୟାନୁଷ୍ଠାନକୁ ଦୃଷ୍ଟିରେ ରଖି ଆମର କୁଟନୀତିଜ୍ଞଙ୍କୁ ସୁରକ୍ଷା ଦୃଷ୍ଟିରୁ ଭାରତରୁ ଫେରାଇ ନେଇଛୁ । ରାଜନୈତିକ ସୁରକ୍ଷା ପାଇଁ ହୋଇଥିବା ନିୟମୁ ଯଦି ଆମେ ଏପରି ଭାଙ୍ଗି ଦେବା ତେବେ ବିଶ୍ୱରେ କେଉଁଠି କୁଟନୀତିଜ୍ଞମାନେ ସୁରକ୍ଷିତ ରହିପାରିବେ ନାହିଁ । ଏହି କାରଣରୁ ଆମେ ଭାରତର ଏପରି ପଦକ୍ଷେପ ବିରୋଧରେ କୌଣସି ପ୍ରତିକ୍ରିୟା ରଖିବୁ ନାହିଁ ।

ଏଠି କହିରଖିବୁ, ଖଲିସ୍ଥାନୀ ଆତଙ୍କୀ ହରଦୀପ ସିଂହ ନିଜ୍ଜରଙ୍କୁ ଚଳିତବର୍ଷ ଜୁନରେ ହତ୍ୟା କରାଯାଇଥିଲା । ଏହି ହତ୍ୟା ପରେ କାନାଡାରେ ରହୁଥିବା ଖଲିସ୍ଥାନୀ ଆତଙ୍କୀମାନେ କାନାଡା ସରକାରଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଥିଲେ ଯେ,ଏହି ହତ୍ୟା ପଛରେ ଭାରତର ଭୂମିକା ରହିଛି । ଏହା ପରେ ସେପ୍ଟେମ୍ବରରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସଂସଦରେ ନିଜ୍ଜର ହତ୍ୟା ପାଇଁ ଭାରତକୁ ଦାୟୀ କରିଥିଲେ । ଏଥିସହିତ ଅଟାୱାରେ ଥିବା ଭାରତର ବରିଷ୍ଠ କୁଟନୀତିଜ୍ଞଙ୍କୁ ଦେଶ ଛାଡିବା ପାଇଁ ଆଦେଶ ଦେଇଥିଲେ ।

Leave A Reply

Your email address will not be published.