Latest Odisha News

BREAKING NEWS

ରାଜପଥରେ ବସ୍ ଓଲଟି ୧୮ଜଣଙ୍କ ଚାଲିଗଲା ଜୀବନ, ୪୦ରୁ ଅଧିକ ଆହତ

ନୂଆଦିଲ୍ଲୀ:ପେରୁରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟିଛି। ଲିମାରୁ ଆମାଜନ ଅଞ୍ଚଳକୁ ଯାଉଥିବା ଏକ ବସ୍ ଏଣ୍ଡିଜ୍ ପର୍ବତମାଳାରେ ରାଜପଥରେ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଅତି କମରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୪୮ ଜଣ ଆହତ ହୋଇଛନ୍ତି।

ଅଧିକାରୀଙ୍କ ଅନୁଯାୟୀ, ବସ୍ ଟି ଏକ ତୀକ୍ଷ୍ଣ ମୋଡ଼ରେ ନିୟନ୍ତ୍ରଣ ହରାଇଲା ଏବଂ ରାସ୍ତାରେ ଓଲଟି ପଡିଥିଲା । ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର ଦଳ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ପେରୁରେ ଏହା ପ୍ରଥମ ଥର ପାଇଁ ବସ୍ ଦୁର୍ଘଟଣା ହୋଇ ନୁହେଁ। ଚଳିତ ବର୍ଷ ଜାନୁଆରୀ ୩ ତାରିଖରେ ଏକ ବସ୍ ନଦୀକୁ ଖସି ପଡ଼ିବା ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୩୨ ଜଣ ଆହତ ହୋଇଥିଲେ।

ପେରୁରେ ସଡ଼କ ସୁରକ୍ଷା ଏକ ଗମ୍ଭୀର ଚିନ୍ତାର ବିଷୟ। ସରକାରୀ ତଥ୍ୟ ଅନୁଯାୟୀ, ୨୦୨୪ ମସିହାରେ ସଡ଼କ ଦୁର୍ଘଟଣାରେ ୩,୧୭୩ ଜଣ ପ୍ରାଣ ହରାଇଥିଲେ।

Comments are closed.