ସମ୍ବଲପୁର: ବସକୁ ପିଟିଲା ଟ୍ରକ । ବସଟି ଛିଡା ହୋଇଥିବା ବେଳେ ଟ୍ରକଟି ପଛପଟୁ ଆସି ପିଟି ହୋଇଥିଲା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ସମ୍ବଲପୁର ଜିଲ୍ଲା ଠେଲକୋଲି ଥାନା ଅନ୍ତର୍ଗତ ଖିଣ୍ଢା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଉଭୟ ବସ ଏବଂ ଟ୍ରକ ସମ୍ବଲପୁରରୁ ଝାରସୁଗୁଡା ଆସୁଥିଲେ। ଏହି ସମୟରେ ରାସ୍ତାର ଖିଣ୍ଡା ଛକରେ ଦୁର୍ଘଟଣା ଘଟିଛି। ସକାଳ ପାଖାପାଖି ୭ଟା ୨୦ ମିନିଟ୍ ସମୟରେ ଏହି ଅଘଟଣ ଘଟିଛି।
ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଝାରସୁଗୁଡ଼ାରୁ ଉଭୟ ବସ ଏବଂ ଟ୍ରକ ସମ୍ବଲପୁର ଅଭିମୁଖେ ଆସୁଥିଲେ। ଯାତ୍ରୀବାହୀ ମହାଲକ୍ଷ୍ମୀ ବସଟି ଖିଣ୍ଡା ଛକରେ ଛିଡା ହୋଇଥିଲା। ଏହି ସମୟରେ ପଛପଟୁ ଟ୍ରକଟି ଆସି ପିଟି ହୋଇଥିଲା। ପରେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଟ୍ରକଟି ପିଟି ଦେବା ପରେ ଯାତ୍ରୀମାନେ ଭୟରେ ବସରୁ ବାହାରି ଆସିଥିଲେ। କିନ୍ତୁ ବସରେ ଥିବା କେତେ ଜଣ ଯାତ୍ରୀ ଛିଟିକି ହୋଇ ପଡିଥିଲେ। ଏହାପରେ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଏଯାଏ ମୃତକଙ୍କର ପରିଚୟ ମିଳିପାରିନାହିଁ।
ପରେ ଆହତଙ୍କୁ ସ୍ଥାନୀୟ ଲୋକ ଓ ପୁଲିସ ମିଳିତ ଭାବେ ସହଯୋଗ କରି ହସ୍ପିଟାଲରେ ପହଞ୍ଚାଇଥିଲେ। ଆହତଙ୍କୁ ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ତଦନ୍ତ କରିବା ସହିତ ଦୁଇ ଗାଡ଼ିକୁ ଜବତ କରିଛି।
Comments are closed.