Latest Odisha News

୨୦୨୫ରେ ନୂଆ ବିଜନେସ ଆରମ୍ଭ କରିବା ପୂର୍ବରୁ ଏହି ଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ…

ଭୁବନେଶ୍ବର: ଆଜିକାଲି ଅନେକ ବ୍ୟକ୍ତି ବ୍ୟବସାୟ କରିବାକୁ ଆଗ୍ରହ ଦେଖାଉଛନ୍ତି । ବିଶେଷକରି ଯୁବକମାନେ ବ୍ୟବସାୟ ପ୍ରତି ଅଧିକ ଆଗ୍ରହୀ ଅଛନ୍ତି । ଛୋଟ ହେଉ କିମ୍ବା ବଡ,ସେମାନେ ବିଶ୍ୱାସ କରନ୍ତି ଯେ ବ୍ୟବସାୟ କରିବା ସର୍ବୋତ୍ତମ ଅଟେ । ଏହା ବ୍ୟତୀତ ସରକାରଙ୍କ ଦ୍ୱାରା ଦିଆଯାଇଥିବା ପ୍ରୋତ୍ସାହନ ଯୋଗୁଁ ନୂଆ ବ୍ୟବସାୟ କାଉଣ୍ଟ ବଢି ଚାଲୁଛି । ଏହି କାରଣରୁ ଅନେକ ବ୍ୟକ୍ତି ବ୍ୟବସାୟ ଦିଗରେ ପାଦ ବଢାଉଛନ୍ତି । ଆପଣ ମଧ୍ୟ ନୂଆବର୍ଷରେ ଏକ ବିଜନେସ ଆରମ୍ଭ କରିବାକୁ ଚାହୁଁଛନ୍ତି କି? ତେବେ ନୂଆ ବ୍ୟବସାୟ ଆରମ୍ଭ କରିବା ଆଗରୁ ଏହି ସବୁ ଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ..

– ପ୍ରଥମେ ଆପଣ ଚିନ୍ତା କରନ୍ତୁ ଅନଲାଇନରେ ନା ଅଫଲାଇନରେ କେଉଁଠି ବ୍ୟବସାୟ ଆରମ୍ଭ କରିବେ । ଏହି ସବୁ ଜିନିଷ ଆଗରୁ ସ୍ଥିର କରିବା ଉଚିତ୍ । କେଉଁ ପ୍ରକାର ବ୍ୟବସାୟରୁ କ’ଣ ଲାଭ ହେବ? କଣ ସବୁ ଅସୁବିଧା ହୋଇପରେ ? ଏ ବିଷୟରେ ଚିନ୍ତା କରିବା ଉଚିତ୍ ଏବଂ ବୁଝିସୁଝି ନିଷ୍ପତ୍ତି ନେବା ଦରକାର ।

-ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ବଜାରରେ ନିଜର ପ୍ରତିଯୋଗୀ ବ୍ୟବସାୟୀ ବିଷୟରେ ଜାଣିବା ଜରୁରୀ । ଏହା କରିବା ଦ୍ୱାରା ବ୍ୟବସାୟ ରଣନୀତି ଜାଣି ପାରିବେ । ଫଳରେ ଆପଣ ଭିନ୍ନ ଚିନ୍ତା କରି ଆଇଡିଆ ଆଣି ପାରିବେ । ଉଦାହରଣ- ଆପଣ ରେଷ୍ଟୁରାଣ୍ଟ ଖୋଲିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ସହ ପ୍ରତିଦ୍ଵନ୍ଦୀ କରୁଥିବା ରେଷ୍ଟୁରାଣ୍ଟରେ ଯାଇ ଖାଇପିଇ ଆସନ୍ତୁ । ଏହି ଦ୍ବାରା ଗ୍ରାହକଙ୍କ କେଉଁଥିରେ ରୁଚି ଜାଣି ପାରିବେ । କେଉଁଠାରୁ କେତେ ଗ୍ରାହକ ସେଠାକୁ ଆସୁଛନ୍ତି ସୂଚନା ପାଇପାରିବେ ।

-ବ୍ୟବସାୟ ଆରମ୍ଭ କରିବା ପାଇଁ ଏବଂ ଏହାକୁ କିଛି ମାସ ପାଇଁ ସୁରୁଖୁରୁରେ ଚଳାଇବା ପାଇଁ କେତେ ପାଣ୍ଠି ଆବଶ୍ୟକ ହେବ ତାହା ଆକଳନ କରିବା ଉଚିତ୍ । ବ୍ୟବସାୟ ଆରମ୍ଭ କରିବା ପାଇଁ କେତେ ଖର୍ଚ୍ଚ ହେବ ତାହା ଆମେ ଆଗରୁ ହିସାବ କରିବା ଆବଶ୍ୟକ । ଏଥିପାଇଁ ଆମେ କ୍ରାଉଡ ଫଣ୍ଡିଙ୍ଗ,ଋଣ ଏବଂ ନିବେଶକଙ୍କ ଠାରୁ ବିନିଯୋଗ ମାଧ୍ୟମରେ ଟଙ୍କା ପାଇପାରିବେ ।

– ବ୍ୟବସାୟ ପ୍ଲାନ୍ ବିନା ବ୍ୟବସାୟ ଆରମ୍ଭ କରିବା ଠିକ୍ ନୁହେଁ। ଏହା ଦ୍ବାରା ଆପଣଙ୍କ ବ୍ୟବସାୟ କେଉଁ ଦିଗକୁ ଯାଉଛି ତାହା ଆପଣ ସ୍ପଷ୍ଟ କରି ପାରିବେ ନାହିଁ । ସେଥିପାଇଁ ଆପଣ ଏକ ବ୍ୟବସାୟ ଯୋଜନା ପ୍ରସ୍ତୁତ କରିବା ପରେ ଆପଣଙ୍କ ବ୍ୟବସାୟ ଆରମ୍ଭ କରିବା ଉଚିତ୍ । ଏକ ବ୍ୟବସାୟ ଯୋଜନାରେ ଆର୍ଥିକ ଆକଳନ,ବଜେଟ୍,ନିବେଶକ,ଋଣ ଏବଂ ଖର୍ଚ୍ଚ ପରି ବିସ୍ତୃତ ବିବରଣୀ ଅନ୍ତର୍ଭୁକ୍ତ ରହିଛି ।

 

Comments are closed.