Latest Odisha News

BREAKING NEWS

୩୨ ହଜାର କୋଟିର ମାଲିକ ଲୋକାଲ ଟ୍ରେନରେ ଯାଆନ୍ତି ଅଫିସ

ମୁମ୍ବାଇ: ୩୨ ହଜାର କୋଟି ଟଙ୍କାର ମାଲିକ ପ୍ରତ୍ୟେକ ଦିନ ଲୋକାଲ ଟ୍ରେନରେ ଅଫିସ ଯାଆନ୍ତି । ଏହା ଆପଣଙ୍କୁ ଅବିଶ୍ୱାସ ଲାଗିପାରେ । ହେଲେ ସତ । ରିଅଲ ଇଷ୍ଟେଟ କ୍ଷେତ୍ରର ଜଣେ ପ୍ରସିଦ୍ଧ ବ୍ୟବସାୟ ଟାଇକୁନ ନିରଂଜନ ହିରାନନ୍ଦାନୀ ନିଜର ବିଳାସପୂର୍ଣ୍ଣ କାର ଛାଡ଼ି ପ୍ରତ୍ୟେକ ଦିନ ମୁମ୍ବାଇର ଲୋକାଲ ଟ୍ରେନ୍‌ରେ ଯାତାୟତ କରିଥାନ୍ତି । ଲୋକାଲ ଟ୍ରେନରେ ଯାତ୍ରା କରୁଥିବାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

କୋଟିପତିଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀ ବିଷୟରେ ଆପଣ ନିଶ୍ଚୟ ଜାଣିଥିବେ । କୋଟି କୋଟି ଟଙ୍କା ମୂଲ୍ୟର ଧନୀ ବ୍ୟକ୍ତିଙ୍କ ପାଖରେ ଦୁନିଆର ସବୁଠୁ ଦାମୀ କାର ରହିବା ସାଧାରଣ କଥା । ରିଅଲ ଇଷ୍ଟେଟ କ୍ଷେତ୍ରର ବେଶ୍ ଜଣାଶୁଣା ବ୍ୟବସାୟୀ ନିରଂଜନ ହିରାନନ୍ଦାନୀ । ସେ ହିରାନନ୍ଦାନୀ ଗ୍ରୁପର ସହ-ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ । ଭାଇରାଲ ଭିଡିଓରେ ସେ ମୁମ୍ବାଇର ଲୋକାଲ ଟ୍ରେନରେ ଯାତ୍ରା କରୁଥିବାର ନଜର ଆସିଛନ୍ତି । କୁହାଯାଉଛି ଯେ ଏହି ଭିଡିଓଟି ସେହି ସମୟର ଯେତେବେଳେ ହିରାନନ୍ଦାନୀ ମୁମ୍ବାଇ ଲୋକାଲ ଟ୍ରେନରେ ଯାତ୍ରା କରିି ଉହ୍ଲାସନଗରରେ ଥିବା ତାଙ୍କ କାର୍ଯ୍ୟାଳୟକୁ ଯାଉଥିଲେ ।

ଏତେ ବଡ ବ୍ୟବସାୟୀଙ୍କୁ ଏହିପରି ମୁମ୍ବାଇ ଲୋକାଲ ଟ୍ରେନରେ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ହିରାନନ୍ଦାନୀଙ୍କ ବିଷୟରେ କହିବାକୁ ଗଲେ ସେ ଦେଶର ଶ୍ରେଷ୍ଠ ଧନୀମାନଙ୍କ ମଧ୍ୟରେ ଅନ୍ୟତମ । ୨୦୨୩ରେ ନିରଂଜନ ହିରାନନ୍ଦାନୀ ଭାରତର ୫୦ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଥିଲେ । ତାଙ୍କର ନେଟୱର୍ଥ ୩୨ହଜାର କୋଟିରୁ ଅଧିକ ବୋଲି କୁହାଯାଉଛି । ତାଙ୍କର ବିଳାସପୂର୍ଣ୍ଣ କାରଗୁଡିକର ସଂଗ୍ରହ ମଧ୍ୟ ଅଛି । ଏହା ସ୍ୱାଭାବିକ ଯେ ଯଦି କୌଣସି ବ୍ୟକ୍ତିଙ୍କର ହଜାର ହଜାର କୋଟି ଟଙ୍କାର ଅପାର ସମ୍ପତ୍ତି ଅଛି, ମହଙ୍ଗା କାରର ଚମତ୍କାର ସଂଗ୍ରହ ଅଛି, ଏବଂ ତଥାପି ଅଫିସକୁ ଯିବା ପାଇଁ ମୁମ୍ବାଇଲୋକାଲ ଟ୍ରେନରେ ଚଢିଯାଏ, ତେବେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯିବେ ।

ହିରାନନ୍ଦାନୀଙ୍କ ଯାତ୍ରା କରିବାର କାରଣ ହେଉଛି ମୁମ୍ବାଇର ଅସମ୍ଭବ ଟ୍ରାଫିକ ଜାମ । ମୁମ୍ବାଇର ଟ୍ରାଫିକ ଜାମ କାରଣରୁ ଅନେକ ଥର ଲୋକମାନେ ରାସ୍ତାରେ ଅଟକି ରହି ଘଣ୍ଟା ଘଣ୍ଟା ସମୟ ନଷ୍ଟ କରନ୍ତି । ଏଭଳି ପରିସ୍ଥିତିରେ ସମୟ ବଞ୍ଚାଇବା ପାଇଁ ହିରାନନ୍ଦାନୀ ମୁମ୍ବାଇର ଲାଇଫ ଲାଇନ ଲୋକାଲ ଟ୍ରେନରେ ଯିବାକୁ ପସନ୍ଦ କରିଥିଲେ ।

Leave A Reply

Your email address will not be published.