Latest Odisha News

BREAKING NEWS

ଅନୁଷ୍କାଙ୍କ ପ୍ରଶଂସା ସହି ନପାରି ରାଗିଗଲେ କ୍ୟାଟ୍ରିନା

ମୁମ୍ବାଇ: ସୁପରଷ୍ଟାର୍ ଶାହରୁଖ୍ ଖାନ ତାଙ୍କର ବ୍ୟବହାର ଓ ବନ୍ଧୁତ୍ୱ ପାଇଁ ଇଣ୍ଡଷ୍ଟ୍ରିରେ ବେଶ୍ ଜଣାଶୁଣା । ସେ କେବେ ବି କାହାକୁ ରଗାନ୍ତି ନାହିଁ । ଅନ୍ୟମାନଙ୍କର ପ୍ରଶଂସା କରିବାକୁ ସେ ସଦା ପ୍ରସ୍ତୁତ ରହିଥାନ୍ତି । ପ୍ରତ୍ୟେକ ସାମ୍ନା ବ୍ୟକ୍ତିଙ୍କୁ ସେ ସମ୍ମାନର ସହ କଥା ହୋଇଥାନ୍ତି । ତାଙ୍କର ଏହି ନମ୍ର ଗୁଣ ହେତୁ ହିଁ ତାଙ୍କୁ ଲୋକେ ଖୁବ୍ ପସନ୍ଦ କରନ୍ତି । ଆପଣ ଜାଣନ୍ତି ୟଶ୍ ରାଜ୍ ବ୍ୟାନ୍‌ରର ‘ଜବ୍ ତକ୍ ହେ ଜାନ୍‌’ ଫିଲ୍ମରେ ଉଭୟ ଅନୁଷ୍କା ଓ କ୍ୟାଟ୍ରିନାଙ୍କ ସହ ଅଭିନୟ କରିଛନ୍ତି କିଙ୍ଗ୍‌ଖାନ୍ ଶାହରୁଖ୍ । ସିନେମାରେ ଅନୁଷ୍କା ଦ୍ୱିତୀୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।

ସିନେମାରେ କ୍ୟାଟ୍ରିନାଙ୍କ ସହ ଶାହରୁଖ୍‌ଙ୍କର ଅନେକ ରୋମାଣ୍ଟିକ୍ ଦୃଶ୍ୟ ରହିଛି । ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଶାହାରୁଖ୍ ଲିପ୍‌ଲକ୍ କିସ୍ କରିଛନ୍ତି । ଏତେ ସବୁ ପରେ ବି କ୍ୟାଟ୍ରିନାଙ୍କ ପ୍ରଶଂସାରେ ଶାହରୁଖ୍ ପଦୁଟିଏ ବି କହି ନ ଥିଲେ । ଓଲଟା ଅନୁଷ୍କାଙ୍କ ପ୍ରଶଂସା କରିଥିଲେ । ଯାହାକୁ ନେଇ ଈର୍ଷାନ୍ୱିତ ହୋଇଛନ୍ତି କ୍ୟାଟ୍ । ଏକ ସାକ୍ଷାତ୍‌କାରେ ଶାହାରୁଖ୍ ଅନୁଷ୍କାଙ୍କ ପ୍ରଶଂସା କରି ଅନେକ କିଛି କହିଥିବା ବେଳେ କ୍ୟାଟ୍‌ଙ୍କ ପାଇଁ କେବଳ ‘ଜେଣ୍ଟେଲ୍‌’ ଶବ୍ଦ ବ୍ୟବହାର କରିଥିଲେ । କ୍ୟାଟ୍ ଶାହରୁଖ୍‌ଙ୍କ ମୁହଁରୁ ପ୍ରଶଂସା ନଶୁଣି ‘ଆପଣ ମୋତେ ନିରାଶ କଲେ’ ବୋଲି କହିଲେ । ଯାହାପରେ କିଙ୍ଗ୍‌ଖାନ୍ ତାଙ୍କୁ ଖୁସି କରାଇବାକୁ ଅନେକ ଚେଷ୍ଟା କଲେ । ହେଲେ ବି କ୍ୟାଟ୍ ଆଉ ତାହାକୁ ଗ୍ରହଣ କଲେ ନାହିଁ । ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଦେଖିବା ପରେ ଫ୍ୟାନ୍ସ ଶାହରୁଖଙ୍କ ପ୍ରଂଶସା କରିବା ସହ କ୍ୟାଟ୍ରିନା ଅନୁଷ୍କାଙ୍କୁ ସହିପାରୁନାହାନ୍ତି ବୋଲି କହିଛନ୍ତି ।

Leave A Reply

Your email address will not be published.