ନୂଆଦିଲ୍ଲୀ: ଦେଶର ଜଣାଶୁଣା ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ଅନେକ ଅଜବଗଜବ ଭିଡିଓ ପୋଷ୍ଟ କରିଥାଆନ୍ତି । ଜଣେ ବ୍ୟବସାୟୀ ଭାବେ ସେ ବେଶ୍ ପରିଚିତ ହେବା ସହ ଭାଇରାଲ କଣ୍ଟେଣ୍ଟ ଜଗତରେ ଗଣିତଜ୍ଞ ବନି ଯାଇଛନ୍ତି । ଲୋକମାନେ ପ୍ରାୟତଃ ସୋସିଆଲ ମିଡିଆରେ ଭିଡିଓ କିମ୍ୱା ଫଟୋ ସେୟାର କରି ତାଙ୍କୁ କିଛି ପ୍ରଶ୍ନ ପଚାରିଥାଆନ୍ତି । ସେ ଉତ୍ତର ମଧ୍ୟ ଦେଇଥାନ୍ତି।
ନିକଟରେ ଜଣେ ପିଲା ଆନନ୍ଦ ମହିନ୍ଦ୍ରାଙ୍କୁ ଏକ ଦାବି କରିଛନ୍ତି। ଯାହାର ଉତ୍ତର ଦେବାକୁ ସେ ନିଜକୁ ଅଟକାଇ ପାରିଲେ ନାହିଁ । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ୟୁଜର୍ସ ବିଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ଆନନ୍ଦ ମହିନ୍ଦ୍ରାଙ୍କୁ ପ୍ରଶ୍ନ ପଚାରିଥିବା ପିଲାଟିର ନାଁ ଆଦଭିକ୍ ।
ସାଧାରଣତଃ ଭାବେ ଗାଡି ଶୋ‘ ରୁମରେ ବଡ଼ ଲୋକଙ୍କ ସହ ଜଡ଼ିତ ଜିନିଷ ଦେଖିବାକୁ ମିଳିଥାଏ । ଦେଖାଯାଏ, ଯେତେବେଳେ ବି ଗ୍ରାହକ ଶୋ’ ରୁମରେ ପ୍ରବେଶ କରନ୍ତି ସେମାନଙ୍କୁ ଚା କିମ୍ୱା କଫି ଭଳି ଜିନିଷ ପରିବେଷଣ କରାଯାଏ । ହେଲେ ଗ୍ରାହକଙ୍କ ପିଲାମାଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଏଭଳି ଆଚରଣ ଦେଖି ପିଲାଟି ସୋସିଆଲ ମିଡିଆ ଏକ୍ସରେ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରାଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି ‘ ଶୋ’ ରୁମରେ ବଡ଼ ଲୋକଙ୍କ ପାଇଁ ଚା, କଫି ସବୁ କିଛି ଅଛି? ପିଲାମାନଙ୍କ ପାଇଁ କିଛି ନାହିଁ କାହିଁକି?’
ପିଲାଟିର ଏହି ଭାଇରାଲ ଟ୍ୱିଟରେ ଆନନ୍ଦ ମହିନ୍ଦ୍ରା ଉତ୍ତରେ ଲେଖିଛନ୍ତି ‘ପିଲାମାନଙ୍କର ସ୍ୱର ଏବଂ ମତ ଗୋଟିଏ ପରିବାରକୁ ବହୁ ପରିମାଣରେ ପ୍ରଭାବିତ କରିଥାଏ । ଆଦଭିକ୍ ଠିକ୍ କହିଛ । ଆମ ଟିମ୍ ତମ ଅଭିଯୋଗ ଦ୍ୱାରା ଅନୁପ୍ରାଣିତ ହେବ ।’’
ଏହି ଭିଡିଓ ଦେଖି ଲୋକେ ଅନେକ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ସାର୍ ଏହି ଆଇଡିଆ ବାସ୍ତବରେ ବହୁତ ଭଲ । ଅନ୍ୟଜଣେ ଲେଖିଛନ୍ତି ଆପଣଙ୍କ ଉତ୍ତର ଦେଖି ମଜା ଆସିଗଲା ସାର୍ ।
Comments are closed.