ଭଦ୍ରକ:ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଲହୁଲୁହାଣ ହେଲେ ବ୍ୟବସାୟୀ । ଭଦ୍ରକ ଚରମ୍ପା ଛକ ନିକଟରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଭଦ୍ରକ ଗ୍ରାମାଞ୍ଚଳ ଥାନା ବେଳାମଳା ଗ୍ରାମର ବିଦ୍ୟାଧର ପାତ୍ର ।
ଖବରମୁତାବକ, ୩ ଦୁର୍ବୃତ୍ତ ବାଇକରେ ଆସି ଗୁଳିମାଡ଼ କରିଛନ୍ତି । ସନ୍ଧ୍ୟାରେ ବିଦ୍ୟାଧର ଚରମ୍ପା ସ୍ଥିତ ନିଜ ଦୋକାନ ବନ୍ଦ କରି ଘରକୁ ଯାଉଥିବାବେଳେ ଦୁର୍ବୃତ୍ତ ହଠାତ ଆସି ତାଙ୍କ ଉପରକୁ ଗୁଳିଚଳାଇଥିଲେ । ସନ୍ଦେହ କରାଯାଉଛି ଯେ, ଲୁଟ ଉଦ୍ଦେଶ୍ୟରେ ବିଦ୍ୟାଧରଙ୍କୁ ଗୁଳି ମାଡ଼ କରିଥିଲେ । ତେବେ ଗୁଳି ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସିବା ପରେ ଦୁର୍ବୁର୍ତ୍ତମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ।
ଏପଟେ ତାଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Comments are closed.