ଭୁବନେଶ୍ୱର: ବୌଦ୍ଧ ଜିଲ୍ଲାରେ ରବିବାର ସନ୍ଧ୍ୟାରେ ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି।
ମୃତକଙ୍କ ନାମ ମନୋଜ ପାତ୍ର (୩୮) ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ, ସନ୍ଧ୍ୟା ୬ଟା ସମୟରେ ବୌଦ୍ଧ ସହର ବାଇପାସର ଜଗଦୀଶପୁର ଛକ ନିକଟରେ ମନୋଜ ତାଙ୍କ ଘର ନିର୍ମାଣ କାର୍ଯ୍ୟ ତଦାରଖ କରୁଥିବା ସମୟରେ ଏହି ଅଘଟଣ ଘଟିଥିଲା। ଦୁର୍ବୃତ୍ତମାନେ ଦୁଇଟି ସ୍କୁଟରରେ ଆସି ଧାରୁଆ ଅସ୍ତ୍ରରେ ତାଙ୍କ ଉପରେ ଆକ୍ରମଣ କରିବାରୁ ତାଙ୍କ ବେକ ଏବଂ ଛାତିରେ ଗୁରୁତର ଆଘାତ ଲାଗିଥିଲା। ଯାହାପରେ ସେମାନେ ଟଙ୍କା ଭର୍ତ୍ତି ଏକ ବ୍ୟାଗ ନେଇ ପଳାଇଯାଇଥିଲେ।
ପରେ ତାଙ୍କୁ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ନିଆଯାଇଥିଲା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ତେବେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
Comments are closed.