Latest Odisha News

BREAKING NEWS

ବଟଲରଙ୍କ ଅର୍ଦ୍ଧଶତକ, ଚେନ୍ନାଇ ସମ୍ମୁଖରେ ୧୭୬ ରନର ଲକ୍ଷ୍ୟ

ଚେନ୍ନାଇ: ଚଳିତ ଆଇପିଏଲରେ ବୁଧବାର ଅନୁଷ୍ଠିତ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ୧୭୬ ରନର ବିଜୟ ଲକ୍ଷ୍ୟ ଚେନ୍ନାଇ ସୁପର କିଙ୍ଗସ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ଜୋସ ବଟଲରଙ୍କ ୫୨ ରନ ସହାୟତାରେ ୮ ୱିିକେଟ ବିନିମୟରେ ୧୭୫ ରନ ସଂଗ୍ରହ କରିଥିଲା । ଅନ୍ୟମାନଙ୍କ ମଧ୍ୟରେ ଦେବୀଦତ ପାଡିକଲ ୩୮, ରବିଚନ୍ଦ୍ରନ ଅଶ୍ୱୀନ ୩୦ ଓ ଶ୍ରୀମନ ହେଟମେୟର ୩୦ ରନ କରିଥିଲେ । ଚେନ୍ନାଇ ପକ୍ଷରୁ ଆକାଶ ସିଂ, ତୁଷାର ଦେଶପାଣ୍ଡେ ଓ ରବୀନ୍ଦ୍ର ଜାଡେଜା ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ଟସ ଜିତି ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ ।

ଧୋନୀ ଏହି ମ୍ୟାଚରେ ଟସ ପକାଇବା ମାତ୍ରେ ଆଇପିଏଲରେ ଗୋଟିଏ ଟିମ ପକ୍ଷରୁ ସର୍ବାଧିକ ମ୍ୟାଚରେ ନେତୃତ୍ୱ ନେବାରେ ରେକର୍ଡ କରିଛନ୍ତି । ଧୋନୀ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ୨୦୦ ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇଛନ୍ତି । ଚେନ୍ନାଇ ୩ଟି ମ୍ୟାଚରୁ ୨ଟିରେ ବିଜୟ ହାସଲ କରିଥିବା ବେଳେ ରାଜସ୍ଥାନ ମଧ୍ୟ ସମାନ ସଂଖ୍ୟକ ମ୍ୟାଚରେ ୪ ପଂଏଟ ହାସଲ କରିଛି ।

Leave A Reply

Your email address will not be published.