Latest Odisha News

BREAKING NEWS

ଭାରତୀୟ ବଜାରରେ ଉପସ୍ଥିତି ବିନା କୌଣସି ଶିଳ୍ପ ସଂସ୍ଥାର ଅଭିବୃଦ୍ଧି ସମ୍ଭବ ନୁହେଁ: ଶୁଭ୍ରକାନ୍ତ ପଣ୍ଡା

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଉପସ୍ଥିତି ବିନା କୌଣସି ଶିଳ୍ପ ସଂସ୍ଥାର ଅଭିବୃଦ୍ଧି ସମ୍ଭବ ନୁହେଁ ବୋଲି ଫିକି ସଭାପତି ତଥା ଇଣ୍ଡିଆନ୍ ମେଟାଲ୍ସ ଏଣ୍ଡ ଫେରୋ ଆଲଏଜ୍ (ଇମ୍ଫା) ପରିଚାଳନା ନିର୍ଦ୍ଦେଶକ (ଏମଡି) ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି । ନିକଟରେ ଫିକି ଏବଂ ୟୁଏସ୍ – ଇଣ୍ଡିଆ ଷ୍ଟ୍ରାଟେଜିକ ଫୋରମ୍ ଦ୍ୱାରା ଆୟୋଜିତ ଗୋଲ ଟେବୁଲ୍ ବୈଠକ ‘ଇନଭେଷ୍ଟିଂ ଇନ୍ ଇଣ୍ଡିଆ ଡେକେଡ୍’ ଶୀର୍ଷକ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ଶ୍ରୀ ପଣ୍ଡା ଉପରୋକ୍ତ ମନ୍ତବ୍ୟ ରଖିଛନ୍ତି ।

ଏହି ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଅଂଶଗ୍ରହଣ କରିଥିଲେ । ବୈଠକରେ ଶ୍ରୀ ପଣ୍ଡାଙ୍କ ଦ୍ୱାରା ଇଜ୍ ଅଫ୍ ଡୁଇଂ ବିଜନେସ୍, ଭିତ୍ତିଭୂମି ବିକାଶ, ଦେଶରେ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ପାଇଁ ସରକାର ନେଇଥିବା ସଂସ୍କାର ମୂଳକ ପଦକ୍ଷେପ ଏବଂ ଦୀର୍ଘକାଳୀନ ଶିଳ୍ପନୀତି ବିଷୟରେ ଆଲୋଚନା କରାଯାଇଥିଲା ।

ଆଇଏମ୍ଏଫର ୱାଶିଂଟନ ଡିସିରେ ହେଉଥିବା ସ୍ପ୍ରିଙ୍ଗ ମିଟିଂର ଅଂଶ ବିଶେଷ ହେଉଛି ଏହି ବୈଠକ । ଏଥିସହ ଶ୍ରୀ ପଣ୍ଡା ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସହିତ ଆଲୋଚନା କରିଥିଲେ । ଶ୍ରୀ ଦାସ ମଧ୍ୟ ବିଶ୍ୱ ବ୍ୟାଙ୍କ ଏବଂ ଆଇଏମଏଫ୍ ସ୍ପ୍ରିଙ୍ଗ ମିଟିଂରେ ଯୋଗ ଦେଇଥିଲେ । ଶ୍ରୀ ପଣ୍ଡା ଏବଂ ଶ୍ରୀ ଦାସଙ୍କ ମଧ୍ୟରେ ମହାମାରୀ ପରବର୍ତ୍ତୀ ପରିସ୍ଥିତିରେ ଉନ୍ନୟନ ଏବଂ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ସଂକ୍ରାନ୍ତରେ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.