Latest Odisha News

ପୋଲିସର ଲାଠିମାଡ଼କୁ ନେଇ ତାତିଲେ ଚାଷୀ, ଜାଳିଦେଲେ ପୋଲିସ ଗାଡ଼ି

ପାଟଣା: ପାୱାର ପ୍ଲାଣ୍ଟ ପାଇଁ କୃଷକ ଜମି ଦେଲେ । ହେଲେ ସରକାର ଉପଯୁକ୍ତ କ୍ଷତିପୂରଣ ଦେଲେନି । ଯାହାକୁ ନେଇ ବିହାର ବକ୍ସର ଜିଲ୍ଲା ଚୌସାର ଚାଷୀ ଆନ୍ଦୋଳନ କରୁଥିଲେ । ଆଉ ଆନ୍ଦୋଳନ ଦମନ ପାଇଁ ପୋଲିସ ଅଧରାତିରେ ଚାଷୀଙ୍କ ଘରେ ପଶି ମନ ଇଛା ମାଡ଼ ମାରିଥିଲା ।

ଯାହା ପରେ ଚାଷୀଙ୍କ ପୁଞ୍ଜିଭୂତ ଅସନ୍ତୋଷ ଉଗ୍ରରୂପ ଧାରଣ କରିଛି । ରାତି ଅଧରେ କୃଷକଙ୍କୁ ଘରେ ପଶି ପୋଲିସ ମାଡ଼ ମାରୁଥିବା ଭିଡିଓ ଚାଷୀଙ୍କ ସମ୍ପର୍କୀୟ ଭାଇରାଲ୍ କରିଛନ୍ତି । ଆଉ ଭିଡିଓ ସାମ୍ନାକୁ ଆସିବା ପରେ ସଂଖ୍ୟାଧିକ କୃଷକ ଏକାଧିକ ପୋଲିସ ଭ୍ୟାନ୍ ଜାଳି ଦେଇଛନ୍ତି । ଏବେ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ ସ୍ଥିତି ନିୟନ୍ତ୍ରଣକୁ ଆସିଛି ।

ଏସଜେବିଏନ୍ ପାୱାର ପ୍ଲାଣ୍ଟ ଲାଗି ୨୦୧୦-୧୧ ମସିହା ପୂର୍ବରୁ ଜମି ଅଧିଗ୍ରହଣ କରାଯାଇଥିଲା । ସେତେବେଳେ ସର୍କଲ ରେଟ୍ ଅନୁସାରେ କ୍ଷତିପୂରଣ ଦିଆ ଯାଇଥିଲା । ଆଉ ୨୦୨୨ରେ କମ୍ପାନୀ ଯେତେବେଳେ ଜମି ହାତେଇବାକୁ ଗଲା ତ କୃଷକ ଜମିର ଏବେର ଜମି ମୂଲ୍ୟ ହିସାବରେ କ୍ଷତିପୂରଣ ମାଗିଥିଲେ । ଯାହାକୁ ନେଇ ବିଗତ ୨ ମାସ ହଲେ କୃଷକ ଆନ୍ଦୋଳନ କରୁଛନ୍ତି ।

Comments are closed.