ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଏଫଆଇଏଚ୍ (ଅନ୍ତର୍ଜାତୀୟ ହକି ଫେଡେସେନ୍) ପୁରୁଷ ହକି ଫାଇନାଲ୍ ମ୍ୟାଚ୍ ଲାଗି ଅନଲାଇନ୍ ଟିକେଟ ବିକ୍ରି ମଙ୍ଗଳବାର ଦିନ ଠାରୁ ଆରମ୍ଭ ହୋଇଛି ।
ଏହି ସିରିଜର ସମସ୍ତ ସକାଳୁଆ ମ୍ୟାଚଗୁଡିକୁ ଦର୍ଶକମାନେ ନିଶୁଳ୍କ ଦେଖିପାରିବେ ।
ସୂଚନା ଅନୁଯାୟୀ ହକିପ୍ରେମୀମାନେ ticketgenie.in. ୱେବସାଇଟରେ ଅନଲାଇନରେ ଟିକେଟ କିଣିପାରିବେ। ଏହାବ୍ୟତିତ ଜୁନ୍ ୬, ୭, ୧୦, ୧୨ ଓ ୧୪ ତାରିଖରେ ହେବାକୁ ଥିବା ୮ଟା ୪୫ମି. ସମୟ ମ୍ୟାଚକୁ ଦର୍ଶକମାନେ ପୂର୍ବ, ଉତ୍ତର, ଦକ୍ଷିଣ ଷ୍ଟାଣ୍ଡରେ ଫ୍ରିରେ ଦେଖିପାରିବେ।
କଳିଙ୍ଗ ଷ୍ଟାଡିୟମର ଟିକେଟ ମୂଲ୍ୟ ଇଷ୍ଟ ଷ୍ଟାଣ୍ଡରେ ୨୦୦ ଟଙ୍କା ରହିଥିବାବେଳେ ଉତ୍ତର ଏବଂ ଦକ୍ଷିଣ ଷ୍ଟାଣ୍ଡରେ ଟିକେଟର ମୂଲ୍ୟ ୧୦୦ ଟଙ୍କା ରହିଛି । ସେମି-ଫାଇନାଲ୍ (ଜୁନ୍-୧୪) ଓ ଅନ୍ତିମ ମ୍ୟାଚ୍ (ଜୁନ୍-୧୫) ଲାଗି ଟିକେଟ୍ ମୂଲ୍ୟ ଯଥାକ୍ରମେ ୨୫୦ ଟଙ୍କା ଓ ୧୫୦ ଟଙ୍କା ରହିଛି । ଆୟୋଜକ ଦଳ ଭାରତର ସମସ୍ତ ମ୍ୟାଚ୍ ସନ୍ଧ୍ୟାରେ ଖେଳାଯିବ ।
ଏହି ମ୍ୟାଚ୍ ଜୁନ୍ ୬ ତାରିଖରୁ ୧୨ ତାରିଖ ମଧ୍ୟରେ ଖେଳାଯିବ । ଏହି ୧୦ ଦିନିଆ ଇଭେଣ୍ଟ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବାବେଳେ ଭାରତ, ଜାପାନ, ମେକ୍ସିକୋ, ପୋଲାଣ୍ଡ, ଯୁକ୍ତରାଷ୍ଟ୍ର ଆମେରିକା, ଦକ୍ଷିଣ ଆଫ୍ରିକା, ରୁଷ ଓ ଉଜବେକିସ୍ତାନ ପ୍ରମୁଖ ଦେଶଗୁଡିକ ଅଂଶଗ୍ରହଣ କରିବେ ।
Comments are closed.