ନୂଆଦିଲ୍ଲୀ: ଭାରତର ୨ ଥର ଅଲିମ୍ପିକ ପଦକ ବିଜେତା ପିଭି ସିନ୍ଧୁ ଭଲ ଫର୍ମକୁ ଫେରିଛନ୍ତି । ଚଳିତ ବ୍ୟାଡମିଂଟନ ବିଶ୍ୱ ଚାମ୍ପିୟନଶିପରେ ସିନ୍ଧୁ ପ୍ରଭାବୀ ପ୍ରଦର୍ଶନ କରି ପ୍ରି କ୍ୱାର୍ଟରରେ ପ୍ରବେଶ କରିଛନ୍ତି । କ୍ରମାଗତ ଖରାପ ପ୍ରଦର୍ଶନ ପରେ ଭାରତର ଏହି ଷ୍ଟାର ଅଭିଜ୍ଞ ଏବେ ଦକ୍ଷତା ମୁତାବକ ପ୍ରଦର୍ଶନ ଜାରୀ ରଖିଛନ୍ତି । ୨୦୨୧ରେ ସେ କ୍ୱାର୍ଟର ଫାଇନାଲ, ୨୦୧୯ଳ ୨୦୨୨ ଓ ୨୦୨୩ରେ ଦ୍ୱିତୀୟ ରାଉଣ୍ଡାର ବିଦାୟ ନେଇଥିଲେ । ଦ୍ୱିତୀୟ ରାଉଣ୍ଡରେ ସିନ୍ଧୁ ମାଲେସିଆର କରୁପାଥେଭାନ ଲେଥସାଙ୍କୁ ୨୧-୧୯ ଓ ୨୧-୧୫ରେ ପରାଜିତ କରିଥିଲେ । ୨ଟି ଯାକ ଗେମରେ ସିନ୍ଧୁ ସମସ୍ତ ବିଭାଗରେ ଭଲ ପ୍ରଦର୍ଶନ କରିଥିଲେ ।
ପରବର୍ତୀ ରାଉଣ୍ଡରେ ସେ ଚାଇନା ଓପନ ଚାମ୍ପିୟନ ୱାଙ୍ଗ ଝି ୟିଙ୍କୁ ଭେଟିବେ । ୨୦୨୨ରେ ସିନ୍ଧୁ ତାଙ୍କୁ ହରାଇଥିଲେ । ଏହା ପରେ ଆଉ ୨ଟି ମୁକାବିଲାରେ ପରାଜିତ ହୋଇଛନ୍ତି । ଏହି ମ୍ୟାଚ ତାଙ୍କ ପାଇଁ ଅଗ୍ନି ପରୀକ୍ଷା ସଦୃଶ ହେବ । ପୁରୁଷ ଡବଲ୍ସରେ ସାତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଶ ଶେଟ୍ଟୀ ଚୀନ ଯୋଡିଙ୍କୁ ହରାଇ ପ୍ରି କ୍ୱାର୍ଟରରେ ପ୍ରବେଶ କରିଛନ୍ତି । ଧ୍ରୁବ କପିଳା ଓ ତାନିଶା କ୍ରାଷ୍ଟୋ ମିକ୍ସଡ ଡବଲ୍ସ ପ୍ରି କ୍ୱାର୍ଟରକୁ ଉନ୍ନୀତ ହୋଇଛନ୍ତି । ସେମାନେ ଇରିଶ ଯୋଡି ଯୋଶୁଆ ମ୍ୟାଗୀ ଓ ମୋୟା ର୍ୟାନଙ୍କୁ ୨୧-୧୧ ଓ ୨୧-୧୬ରେ ହରାଇଥିଲେ ।
Comments are closed.