Latest Odisha News

BREAKING NEWS

ବିଡବ୍ଲ୍ୟୁଏଫ ୱାର୍ଲ୍ଡ ଟୁର ଫାଇନାଲ୍ସ: ଟାଇଟଲଠାରୁ ଗୋଟିଏ ପାଦ ଦୂରରେ ସିନ୍ଧୁ

ବାଲି: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ୱାର୍ଲ୍ଡ ଟୁର ଫାଇନାଲ୍ସର ଟାଇଟଲ ହାସଲଠାରୁ ଗୋଟିଏ ପାଦ ଦୂରରେ ରହିଛନ୍ତି । ସେମିଫାଇନାଲରେ ସେ ଜାପାନର ଆକାନେ ୟାମାଗୁଚିଙ୍କୁ ୨୧-୧୫, ୧୫-୨୧ ଓ ୨୧-୧୯ରେ ପରାସ୍ତ କରିଥିଲେ । ଫାଇନାଲରେ ସେ କୋରିଆର ଆନ ସେୟଙ୍ଗଙ୍କୁ ଭେଟିବେ ।

ଅନ୍ୟ ଏକ ସେମି ଫାଇନାଲରେ ସେୟଙ୍ଗ ୨୫-୨୩ ଓ ୨୧-୧୭ରେ ଥାଇଲାଣ୍ଡର ପର୍ନପାୱି ଚୋଚୁୱଙ୍ଗଙ୍କୁ ପରାସ୍ତ କରିଥିଲେ । ସିନ୍ଧୁ ତାଙ୍କ କ୍ୟାରିୟରରେ ତୃତୀୟ ଥର ପାଇଁ ଏହି ଟୁର୍ଣ୍ଣାମେଂର ଫାଇନାଲରେ ପ୍ରବେଶ କରିଛନ୍ତି । ୨୦୧୮ରେ ପ୍ରଥମ ଭାରତୀୟ ଭାବେ ଏହାର ଟାଇଟଲ ହାସଲ କରିଥିଲେ ।

Leave A Reply

Your email address will not be published.