Latest Odisha News

BREAKING NEWS

ନିଲାମ ହେବ “Wikipedia” ପ୍ରତିଷ୍ଠାତା ଜିମି ୱେଲ୍ସଙ୍କ ପର୍ସନାଲ୍ କମ୍ପ୍ୟୁଟର୍‌

ଭୁବନେଶ୍ୱର: ୨୦୦୧, ଜାନୁଆରୀ ୧୫’ରେ ୱିକିପିଡିଆକୁ ପ୍ରତିଷ୍ଠା କରିଥିଲେ ଜିମି ୱେଲ୍ସ । ସେବେଠୁ କୋଟିକୋଟି ଲୋକ ଇଣ୍ଟରନେଟରେ ଅକଳ୍ପନୀୟ ଢଙ୍ଗରେ ଉପକୃତ ହୋଇପାରିଛନ୍ତି । ପ୍ରାୟ ୨୦ ବର୍ଷ ପୂର୍ବେ ଜିମି ଅନଲାଇନ୍ ରେଫେରେନ୍ସ ରିସୋର୍ସ ପ୍ରୋଗ୍ରାମିଂ ପାଇଁ ଏକ କମ୍ପ୍ୟୁଟର (Strawberry iMac) ବ୍ୟବହାର କରୁଥିଲେ । ନିକଟରେ ସେହି ପର୍ସନାଲ କମ୍ପ୍ୟୁଟର୍ ନିଲାମ ହେବା ନେଇ ଖବର ଚର୍ଚ୍ଚାକୁ ଆସିଛି ।

ନ୍ୟୁୟର୍କର ଅକ୍ସନ୍ ହାଉସ୍ ‘ଖ୍ରୀଷ୍ଟ୍ରି’ ଜିମିଙ୍କ କମ୍ପ୍ୟୁଟର ଓ ନନ୍ ଫଂଜିବଲ୍ ଟୋକନକୁ (NFT) ବିକ୍ରୟ କରିବା ଲାଗି ଗତକାଲି ନିଲାମ ନୋଟିସ୍ ଜାରି କରିଥିଲା । ଆସନ୍ତା ୧୫’ ତାରିଖରେ ଉଭୟ କମ୍ପ୍ୟୁଟର୍ ଓ ଏନଏଫଟିକୁ ଅନଲାଇନ୍ ଜରିଆରେ ନାଲିମ ଡାକରା ଦିଆଯିବ ।

ଗ୍ରାହକଙ୍କ ମଧ୍ୟରେ ଜିମିଙ୍କ କମ୍ପ୍ୟୁଟର କିଣିବା ଲାଗି ପ୍ରବଳ ଉତ୍ସାହ ରହିଛି । ଏହି କାରଣରୁ ବହୁ ଉଚ୍ଚ ମୂଲ୍ୟରେ ୱିକିପିଡିଆ ପ୍ରତିଷ୍ଠାତାଙ୍କ କମ୍ପ୍ୟୁଟର ନିଲାମ ହେବା ବୋଲି ଖ୍ରିଷ୍ଟୀ ଅକ୍ସନ୍ ହାଉସର କର୍ମଚାରୀ କ୍ଲାରନେଟ୍ ଆଶାୟୀ ଅଛନ୍ତି ।

Leave A Reply

Your email address will not be published.