ମୁମ୍ବାଇ: ବରିଷ୍ଠ ଅଭିନେତ୍ରୀ ଶର୍ମିଳା ଟାଗୋର ଗୁରୁତର ଅସୁସ୍ଥ ହୋଇଥିବା ଖବର ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାର କାରଣ ସାଜିଥିଲା । ତେବେ ଏହି ଖବର ଗୁଜବ ପ୍ରମାଣିତ ହୋଇଛି । ରବିବାର ଶର୍ମିଳା ଗଣମାଧ୍ୟମ ଆଗରେ କହିଛନ୍ତି ଭଗବାନଙ୍କ କୃପାରୁ ଭଲ ଅଛି । କୌଣସି ଚିନ୍ତାର ଖବର ନାହିଁ । ମୁଁ ସୁସ୍ଥ୍ ଅଛି ଏବଂ ପୂର୍ବଭଳି ମୋର ରୁଟିନ ୱାର୍କ ଠିକ୍ ଭାବେ କରୁଛି ବୋଲି କହିଛନ୍ତି ।
ସୂଚନାଯୋଗ୍ୟ, ଲକଡାଉନ ସମୟରେ ଶର୍ମିଳା ସୋସିଆଲ ସାଇଟରେ ଆକ୍ଟିଭ ଥିଲେ । ଏପରି କି ସେ ଏହି ଅବସରରେ ସେ ନିଜେ ଅଭିନୟ କରିଥିବା କେତେକ ଫିଲ୍ମକୁ ଦେଖିଥିଲେ । ଯାହାକୁ ପୂର୍ବରୁ ସେ ଦେଖି ନ ଥିଲେ । ଛୋଟି ବୋହୂ, ବଦନାମ ଫରିଶତେ ଭଳି ଫିଲ୍ମ କରିବା ନେଇ ଗର୍ବିତ ବୋଲି କହିଛନ୍ତି ।
Comments are closed.