Latest Odisha News

BREAKING NEWS

ସି.ଭି. ରମଣ କଲେଜ ଛାତ୍ରଛାତ୍ରୀଙ୍କର ସଫଳତା; ବିଶ୍ୱ ୱ୍ୱେଲ୍ଡିଙ୍ଗ ଚାମ୍ପିଅନସିପରେ ଭାରତକୁ କରିବେ ପ୍ରତିନିଧିତ୍ୱ

ଭୁବନେଶ୍ବର: ଚଳିତ ବର୍ଷ ଇଣ୍ଡିଆନ୍ ଇନଷ୍ଟିଚ୍ୟୁ ଅଫ୍ ୱ୍ୱେଲଡିଙ୍ଗ୍ ଦ୍ୱାରା ଆୟୋଜିତ ହୋଇଯାଇଥିବା ଜାତୀୟ ୱ୍ୱେଲ୍ଡିଙ୍ଗ୍ ପ୍ରତିଯୋଗିତାରେ ସି.ଭି.ରମଣ କଲେଜର ଛାତ୍ରଛାତ୍ରୀମାନେ ଉଚ୍ଚସ୍ତରୀୟ ପ୍ରଦର୍ଶନ କରିଛନ୍ତି ।

ଯାହାଫଳରେ ସେମାନେ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ୱ ୱ୍ୱେଲ୍ଡିଙ୍ଗ ଚାମ୍ପିଅନସିପର ଭାରତକୁ ପ୍ରତିନିଧିତ୍ୱ କରିବେ ।

ମେକାନିକାଲ ବିଭାଗର ଶୁଭେନ୍ଦୁ କୁମାର ମଲ୍ଲିକ, ଉଦାସ ଦାସ, ଟିଟୁ ଦଲାଇ, ଅଭିଶେକ ଖୁଣ୍ଟିଆ, ଜ୍ୟୋତି ନାୟକ, ବନ୍ଦନା ସିଂ ଓ ତସ୍ଲିମା ମହାନ୍ତି ପ୍ରଭୃତି ଛାତ୍ରଛାତ୍ରୀମାନେ ଇଷ୍ଟ ଜୋନ୍ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ଜାତୀୟ ପ୍ରତିଯୋଗିତାରେ ସମଗ୍ର ଭାରତର ୱ୍ୱେଲ୍ଡିଙ୍ଗ୍ ଇଜିଂନିୟରସ୍ ମାନଙ୍କ ସହିତ ଭାଗ ନେବା ପାଇଁ ବିବେଚିତ ହୋଇଥିଲେ ।

ଜାତୀୟ ୱ୍ୱେଲ୍ଡିଙ୍ଗ୍ ପ୍ରତିଯୋଗିତାରେ ସି.ଭି.ରମଣ କଲେଜର ମେକାନିକାଲ ବିଭାଗର ସପ୍ତମ ସେମିଷ୍ଟାର ଛାତ୍ର ଶୁଭେନ୍ଦୁ କୁମାର ମଲ୍ଲିକ “ବେଷ୍ଟ ଷ୍ଟ୍ରକ୍ଚରାଲ ଓ୍ବେଲଡର (ଏସ୍.ଏମ୍.ଏ.ଡବ୍ଲୁ ପ୍ରୋସେସ୍)” ବିଭାଗରେ ପ୍ରତିଷ୍ଠିତ କମ୍ପାନୀ ମାନଙ୍କର ଇଞ୍ଜିନିୟର ମାନଙ୍କୁ ପଛରେ ପକାଇ ଭାରତରେ ପ୍ରଥମ ସ୍ଥାନ ଅଧିକାର କରି କୃତିତ୍ୱ ହାସଲ କରିଛନ୍ତି ।

ଏହି ପରିପ୍ରେକ୍ଷିରେ କଲେଜର ଚେୟାରମ୍ୟାନ ସଂଜୀବ କୁମାର ରାଉତ, ମାଷ୍ଟର ଟ୍ରେନର ଅପୂର୍ବ ସାନ୍ୟାଲ, ଆସିଷ୍ଟାଣ୍ଟ ପ୍ରଫେସର ତୁଷାରକାନ୍ତି ଭଟାଚାର‌୍ୟ, ଟ୍ରେନର ଦେବାଶିସ ମହାପାତ୍ର ଓ ସମସ୍ତ ପ୍ରତିଯୋଗିମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଏହି ଅବସରରେ ଶ୍ରୀ ରାଉତ କହିଥିଲେ, ଏହି ସଫଳତା ସ୍କିଲ ଇନ ଓଡିଶା ପାଇଁ ଏକ ଗୌରବ ଏବଂ ଅନେକ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ମାନଙ୍କୁ ୱ୍ୱେଲ୍ଡିଙ୍ଗ୍  ଇଞ୍ଜିନିୟରିଂ ଶିକ୍ଷା ଗ୍ରହଣ କରିବା ପାଇଁ ପ୍ରେରଣା ପ୍ରଦାନ କରିବ ।

Leave A Reply

Your email address will not be published.