Latest Odisha News

BREAKING NEWS

ଭାଇରାଲ୍ ହେଲା ମମତାଙ୍କ ‘କ୍ୟା କ୍ୟା ଛି ଛି’ ଭିଡ଼ିଓ; ସମ୍ବିତ୍ ପାତ୍ର ଟ୍ୱିଟ୍ କଲେ ‘ଦି ଦି ଛି ଛି’ !

କୋଲକାତା: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଏବେ ଦେଶବ୍ୟାପୀ ବିରୋଧୀଦଳ ପକ୍ଷରୁ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିନ୍ତୁ ଅଭିନବ ଢଙ୍ଗରେ ନିଜର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେ ସିଏଏ କୁ କ୍ୟା କ୍ୟା ଛି ଛି କହୁଥିବାର ଏକ ଭିଡ଼ିଓ ଖବର ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।

ଏହି ଭିଡ଼ିଓଟିରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାଠାରେ ଦଳୀୟ କର୍ମୀଙ୍କ ଏକ ସମାବେଶରେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ବିଭିନ୍ନ ସ୍ଲୋଗାନ୍ ଦେଉଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

ଏହି ଭିଡ଼ିଓଟିକୁ ନିଜ ଟ୍ୱିଟର୍ ପେଜରେ ସ୍ଥାନଦେଇ ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍ ପାତ୍ର ଏକ କୌତୁହଳପୂର୍ଣ୍ଣ ମନ୍ତବ୍ୟ ପ୍ରଦାନ କରିଛନ୍ତି । ମମତା ଦିଦି ଏହି ଭିଡ଼ିଓ ରେ ସିଏଏ ବା କ୍ୟା କ୍ୟା ଛି ! ଛି ! କହୁଥିବା ବେଳେ ସମ୍ବିତ୍ ଟ୍ୱିଟ୍ କହିଛନ୍ତି ଦି ଦି ଛି ଛି ! ଦି ଦି ଛି ଛି । ହା ହା ହି ହି ହା ହା ହି ହି ।

ସମ୍ବିତ୍ ପାତ୍ରଙ୍କ ଏହି ଟ୍ୱିଟ୍ ମଧ୍ୟ ସଙ୍ଗେ ସଙ୍ଗେ ଦର୍ଶକ ମାନେ ବହୁଳ ମାତ୍ରାରେ ଭ୍ୟୁ କରି କମେଣ୍ଟ ଦେଇଥିବା ଲକ୍ଷ୍ୟ କରାଯାଇଛି ।

Leave A Reply

Your email address will not be published.