Latest Odisha News

BREAKING NEWS

କରୋନା ଶେଷ ହେଲେ ଦେଶରେ ସିଏଏ ଲାଗୁ ହେବ: ଶାହ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି, କରୋନେ ଶେଷ ହେଲେ ଦେଶରେ ନାଗରିକ ସଂଶୋଧନ ଆଇନ୍ (ସିଏଏ) ଲାଗୁ ହେବ । ସିଲିଗୁଡିରେ ବିଜେପି ଦ୍ୱାରା ଆୟୋଜିତ ରାଲିରେ ଯୋଗ ଦେଇ ଏପରି କହିଛନ୍ତି । ସେ କହିଛନ୍ତି ବେଙ୍ଗଲବାସୀ ମମତା ବାନାର୍ଜୀଙ୍କୁ ତିନି ଥର ମୁଖ୍ୟମନ୍ତ୍ରା କରାଇଛନ୍ତି। ଆମକୁ ଲାଗୁଥିଲା ଦିଦି ବଦଳିଯିବେ । କିଛି ଭଲ କାମ କରିବେ । ଦୁର୍ନୀତି, ସିଣ୍ଡିକେଟ ଠାରୁ ଦୂରରେ ରହିବେ । କିନ୍ତୁ ଦିଦି ଏତେ ଥର କ୍ଷମତାରେ ବସିବା ପରେ ମଧ୍ୟ କୌଣସି ପରିବର୍ତନ ଆସିନି । ବରଂ ବଢି ଚାଲିଛି । ସେହିପରି ରାଜ୍ୟରେ ବିଜେପି ସମର୍ଥକ ଏବଂ କର୍ମୀଙ୍କ ଉପରେ ଆକ୍ରମଣ ବଢି ଚାଲିଛି ବୋଲି ଶାହ କହିଛନ୍ତି।

ଅମିତ ଶାହା କହିଛନ୍ତି ଯେ ଟିଏମସି ସିଏଏ ବିଷୟରେ ଗୁଜବ ପ୍ରଚାର କରୁଛି । ଏହି ଆଇନ କେନ୍ଦ୍ର ସରକାର କାର୍ଯ୍ୟକାରୀ ହେବ ନାହିଁ ବୋଲି କହୁଛି ଦଳ । କିନ୍ତୁ ସେ କହିଛନ୍ତି, ଯେ କୋଭିଡ ସମାପ୍ତ ହେବା ମାତ୍ରେ ଆମେ ସିଏଏ କାର୍ଯ୍ୟକାରୀ କରିବୁ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଯେତେବେଳେ ବି ଦେଶରେ କୌଣସି ଘଟଣା ଘଟେ ମମତା ବାନାର୍ଜୀ ଏକ ପ୍ରତିନିଧୀ ଦଳ ପଠାନ୍ତି ସେଠାକୁ, କିନ୍ତୁ କାହିଁକି ସେ ବୀରଭୂମକୁ ଏକ ପ୍ରତିନିଧି ଦଳ ପଠାଇଲେ ନାହିଁ ଯେଉଁଠାରେ 8 ଜଣ ମହିଳା ଏବଂ ଜଣେ ଶିଶୁ ଜୀବନ୍ତ ଦଗ୍ଧ ହୋଇଥିଲେ ସେମାନେ ତାଙ୍କ ଲୋକ ନୁହଁନ୍ତି କି?

ଉଲ୍ଲେଖଯୋଗ୍ୟ, 2019ରେ ସିଏଏ ସଂସଦରେ ପାରିତ ହୋଇଥିଲା। ଏହି ସମୟରେ ଏହାକୁ ବିରୋଧ କରି ଦିଲ୍ଲୀର ଶାହିନବାଗରେ ହଜାର ହଜାର ଅଲ୍ପ ସଂଖ୍ୟକ ଧାରଣାରେ ବସିଥିଲେ । କିନ୍ତୁ କରୋନା ପାଇଁ ସାରା ଦେଶରେ ଲକଡାଉନ ହେବା ପରେ ବାଧ୍ୟ ହୋଇ ଆନ୍ଦୋଳନ କରୁଥିବା ଲୋକେ ଘରକୁ ଫେରିଯାଇଥିଲେ ।

Leave A Reply

Your email address will not be published.