Latest Odisha News

BREAKING NEWS

ଗ୍ୟାସ ଟାଙ୍କି ଟ୍ରକ ଦୁର୍ଘଟଣାଗ୍ରସ୍ତ, ଲିକ୍ ହେଉଥିବା ଅଙ୍ଗରକାମ୍ଳ ଗ୍ୟାସ ପାଇଁ ଲୋକେ ଭୟଭୀତ

ଖୋର୍ଦ୍ଧା: ଗ୍ୟାସ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ । ଚୁରମାର ହେଲା ଟ୍ରକଟିର ସମ୍ମୁଖ ଭାଗ। ଟାଙ୍କିରୁ ଲିକ ହେଉଛି ବ୍ୟାପକ ମାତ୍ରାରେ ଅଙ୍ଗାରକାମ୍ଳ ଗ୍ୟାସ। ବିଳମ୍ବିତ ରାତିରେ 57 ନମ୍ବର ଜାତୀୟ ରାଜପଥ ଉପରେ ଏକ ଗ୍ୟାସ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜାତୀୟ ରାଜପଥର ରାଜସୁନାଖଳା ନିକଟସ୍ଥ ବିନୋଦ ପଡା ଛକରେ ଗାଡିଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ବୌଦ୍ଧରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ଦୁର୍ଘଟଣା ଗ୍ରସ୍ତ ଟାଙ୍କିରେ ରହିଛି 13 ହଜାର ଲିଟର ଅଙ୍ଗାରକାମ୍ଳ ଗ୍ୟାସ ରହିଛି ବୋଲି ଅନୁମାନ କରାଯାଉଛି। ଟାଙ୍କି ଫାଟି ଏହି ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗତ ହେବା ପରେ ଲୋକେ ଭୟଭୀତ ହୋଇଯାଇଛନ୍ତି। ସେହିପରି ଏହି ଜାତୀୟ ରାଜପଥରେ ଯାଉଥିବା ଲୋକ ଅତ୍ୟଧିକ ଅଙ୍ଗାରକାମ୍ଳ ଗ୍ୟାସ ଲିକ ହେବା ଯୋଗୁଁ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରୁଛନ୍ତି।

ଟାଙ୍କିଟି ଫାଟି ଯିବାର ଭୟ ମଧ୍ୟ ରହିଛି। ତେବେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ଓ ଦମକଳ କର୍ମଚାରୀ ମାନେ ପହଞ୍ଚିଥିଲେ ବୋଲି ସୂଚନା ରହିଛି ।

Leave A Reply

Your email address will not be published.