Latest Odisha News

କ୍ୟାବ ଭିତରେ ସଜ୍ଜେଇ ହୋଇଛି ସ୍ନାକ୍ସ, ଔଷଧ, କୋଲଡ଼ ଡ଼୍ରିଙ୍କ୍‌ସ : ଯାତ୍ରୀଙ୍କୁ ମାଗଣାରେ ଦିଅନ୍ତି ଡ଼୍ରାଇଭର

ନୂଆଦିଲ୍ଲୀ: ଯେତେବେଳେ ଲୋକମାନେ ସେମାନଙ୍କର କାର୍ଯ୍ୟକୁ ଭଲ ପାଆନ୍ତି, ସେତେବେଳେ ସେମାନେ ଏହାକୁ କିଛି ନୂଆ କରିବାକୁ ଚିନ୍ତା କରନ୍ତି । ଅନ୍ୟମାନଙ୍କୁ ସାହାଯ୍ୟ କରୁଥିବା ଅଧିକାଂଶ ବଦାନ୍ୟ ଲୋକଙ୍କୁ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ । ସେହିପରି ଏବେ ଜଣେ କ୍ୟାବ ଡ୍ରାଇଭରଙ୍କ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯିଏ ନିଜ ଯାତ୍ରୀମାନଙ୍କର ବିଶେଷ ଯତ୍ନ ନିଅନ୍ତି । ଡ୍ରାଇଭରଙ୍କ ଏପରି କାର୍ଯ୍ୟ ଦେଖି ଲୋକେ ତାଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି ।

୪୮ ବର୍ଷିୟ ଅବଦୁଲ କାଦିର ନୂଆଦିଲ୍ଲୀରେ ରୁହନ୍ତି । ଏଠାରେ ସେ ୭ ବର୍ଷ ହେଲା କ୍ୟାବ ଡ୍ରାଇଭର ଭାବେ କାମ କରନ୍ତି । ଯାହା ଏଥିରୁ ରୋଜଗାର ହୁଏ ସେଥିରେ ତାଙ୍କ ପରିବାର ଚଳାନ୍ତି । ସେ ତାଙ୍କ କାମକୁ ଏତେ ଭଲ ପାଆନ୍ତି ଯେ, ୭ ବର୍ଷ ଭିତରେ ଗୋଟେ ଦିନ ବି ତାଙ୍କ କାମ ବନ୍ଦ କରିନାହାନ୍ତି । ଆଉ ତାଙ୍କ କାମ ପ୍ରତି ଭଲ ପାଇବା ତାଙ୍କ କାର ଭିତରେ ପ୍ରତିଫଳିତ ହୋଇଥାଏ । ଅବଦୁଲ ଜଣେ ମଜାଦାର ବ୍ୟକ୍ତି । ସେ ତାଙ୍କ କାରରେ ଫାଷ୍ଟଏଡ଼ ବକ୍ସଠାରୁ ଆରମ୍ଭ କରି ସ୍ନାକ୍ସ ଏବଂ ଜଳଖିଆ ସଜ୍ଜେଇ ରଖିଛନ୍ତି । ଯେମିତି କି ପାଣି ବୋତଲ, କୋଲ୍ଡ ଡ଼ିଙ୍କ୍‌ସ, ଚିପ୍ସ, ଔଷଧ ଏବଂ ଅନ୍ୟାନ୍ୟ ଜରୁରୀ ଜିନିଷସବୁ ସଜ୍ଜେଇ ରଖିଛନ୍ତି । ଏହା ସହିତ ଗାଡିର ଗୋଟିଏ କୋଣରେ ଏକ ଡଷ୍ଟବିନ ମଧ୍ୟ ରଖିଛନ୍ତି । ଟିସୁ ପେପର ଏବଂ ଛତା ମଧ୍ୟ ରଖିଛନ୍ତି । ସେ ଏହି ସବୁ ଜିନିଷ ଯାତ୍ରୀମାନଙ୍କୁ ମାଗଣାରେ ଦେଇଥାନ୍ତି ।

ଏହା ବ୍ୟତୀତ ଗରିବ ପିଲାମାନଙ୍କ ପାଇଁ ତାଙ୍କ କାରରେ ଏକ ଦାନ ବାକ୍ସ ମଧ୍ୟ ରଖିଛନ୍ତି । ଯାତ୍ରୀମାନେ ତାଙ୍କ ସକ୍ଷମ ଅନୁସାରେ ଏଠାରେ ଦାନ କରିଥାନ୍ତି । କାହାକୁ ବାଧ୍ୟ ସେ କରନ୍ତି ନାହିଁ । ଏହି ଭିଡ଼ିଓକୁ ଦେଖିବା ପରେ ଅଧିକାଂଶ ଲୋକ ପସନ୍ଦ କରିଥିବା ବେଳେ ଅବଦୁଲଙ୍କ ଏପରି କାର୍ଯ୍ୟ ପାଇଁ ପ୍ରଶଂସା ମଧ୍ୟ କରିଛନ୍ତି ।

Comments are closed.