Latest Odisha News

BREAKING NEWS

୩୬ କୋଟିରେ ବିକ୍ରୀ ହେଲା ଯବାନର ମ୍ୟୁଜିକ ରାଇଟ୍ସ

ମୁମ୍ବାଇ: ପଠାନ ଫିଲ୍ମ ସୁପରହିଟ ହେବା ପରେ ଏବେ ସମସ୍ତଙ୍କ ନଜର ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ଯବାନ ଉପରେ ରହିଛି । ଇତି ମଧ୍ୟରେ ଯବାନ ମ୍ୟୁଜିକ ରାଇଟ୍ସ ରେକର୍ଡ ଦରରେ ବିକ୍ରୀ ହୋଇଛି । ଟି ସିରିଜ ଅନ୍ୟ ସମସ୍ତ କମ୍ପାନୀକୁ ପଛରେ ପକାଇ ୩୬ କୋଟି ଟଙ୍କାରେ ଏହାକୁ କ୍ରୟ କରିଛି । ଶାହାରୁଖଙ୍କ ଷ୍ଟାର ପାୱାର ଯୋଗୁ ଏହା ସମ୍ଭବ ହୋଇଥିବା ଅନୁମାନ କରାଯାଉଛି । ଯବାନରେ ଶାହାରୁଖଙ୍କ ସହ ନୟନତାରା ଓ ବିଜୟ ସେତୁପତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ବିଜୟ ଓ ଶାହାରୁଖଙ୍କ ମଧ୍ୟରେ ହେବାକୁ ଅଭିନୟ ଟକ୍କର ଦେଖିବା ପାଇଁ ପ୍ରଶଂସକ ବ୍ୟଗ୍ର ହୋଇ ଉଠିଛନ୍ତି ।

ସାଉଥର ଲୋକପ୍ରିୟ ଫିଲ୍ମ ନିର୍ଦ୍ଦେଶକ ଅଟଲୀ କୁମାର ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଆକ୍ସନ, ସସପେନ୍ସ ଓ ମନୋରଞ୍ଜନରେ ଭରପୂର ଏହି ଫିଲ୍ମ ସେପ୍ଟମ୍ବର ୭ରେ ରିଲିଜ ହେବ ବୋଲି ସ୍ଥିର ହୋଇଛି । ତେବେ ଫିଲ୍ମର କେତେକ ଦୃଶ୍ୟ ଲିକ ହୋଇଥିବା ଖବର ପ୍ରକାଶ ପାଇଛି । ଏ ନେଇ ମେକର୍ସ କିମ୍ବା ଶାହାରୁଖଙ୍କ ପକ୍ଷରୁ କୌଣସି ବୟାନ ଆସି ନାହିଁ ।

Leave A Reply

Your email address will not be published.