Latest Odisha News

କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪% ବଢ଼ିଲା

ନୂଆଦିଲ୍ଲୀ: ସାରା ଦେଶରେ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଏହି ସମୟରେ କେନ୍ଦ୍ର ସରକାର କର୍ମଚାରୀ ଏବଂ ପେନସନ ଉପଭୋକ୍ତାଙ୍କୁ ଉପହାର ଦେଇଛନ୍ତି। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪% ବଢ଼ାଇଥିବା ସୂଚନା ରହିଛି। ସେପ୍ଟେମ୍ବର ୩୦ରୁ କେନ୍ଦ୍ରୀୟ କର୍ମଚାରୀଙ୍କ ବେତନରେ ମହଙ୍ଗା ଭତ୍ତା ଯୋଡାଯିବ। ଆଜି ଏ ନେଇ ଘୋଷଣା ହେବ ବୋଲି ସୂଚନା ରହିଛି।

ସିଏନବିସି ଟିଭି -18ର ରିପୋର୍ଟ ଅନୁଯାୟୀ କେନ୍ଦ୍ର କ୍ୟାବିନେଟ ସେପ୍ଟେମ୍ବର 28ରେ ଡିଏ ବଢାଇଛନ୍ତି। ଏହାଦ୍ୱାରା  50 ଲକ୍ଷ କର୍ମଚାରୀ ଏବଂ କେନ୍ଦ୍ର ସରକାରଙ୍କ ପ୍ରାୟ 62 ଲକ୍ଷ ପେନ୍‌ସନ୍‌ ପାଉଥିବା କର୍ମଚାରୀ ଉପକୃତ ହେବେ। ଦେଶରେ ଦରଦାମ ବୃଦ୍ଧି ବେଳେ ଏପରି ଡିଏ ସରକାରୀ କର୍ମଚାରୀଙ୍କୁ ଟିକିଏ ଆଶ୍ବସ୍ତି ଦେଇଛି।

ଉଲ୍ଲେଖଯୋଗ୍ଯ, କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ବା ମହଙ୍ଗା ଭତ୍ତା ୩୮ ପ୍ରତିଶତକୁ ବୃଦ୍ଧି ପାଇବ। ଏହି ବୃଦ୍ଧି ୧ ଜୁଲାଇ ୨୦୨୨ରୁ ଲାଗୁ ହେବ । କେନ୍ଦ୍ରୀୟ କର୍ମଚାରୀମାନେ ଦୀର୍ଘ ଦିନ ଧରି ଡିଏ ବୃଦ୍ଧି କରିବାକୁ ଦାବି କରିଆସୁଥିଲେ।

ସପ୍ତମ ବେତନ ଆୟୋଗ ଅର୍ଥାତ୍ ସପ୍ତମ ବେତନ ଆୟୋଗ ଅନୁଯାୟୀ କର୍ମଚାରୀଙ୍କ ସର୍ବନିମ୍ନ ଦରମା ୧୮ ହଜାର ଟଙ୍କା ଏବଂ ସର୍ବାଧିକ ଦରମା ୫୬ ହଜାର ୯୦୦ ଟଙ୍କା  ରହିବ। ଏବେ ୩୮ ପ୍ରତିଶତ ଡିଏ ବୃଦ୍ଧି ଅନୁଯାୟୀ ୧୮ ହଜାର ଟଙ୍କା ମୂଳ ଦରମାରେ ୬୮୪୦ ଟଙ୍କା ବୃଦ୍ଧି ପାଇବ। ଏଥି ସହିତ  ୫୬  ହଜାର ୯୦୦ ଟଙ୍କା ଦରମା ଉପରେ ବର୍ଷକୁ ଏହା ୨୭ ହଜାର ୩୧୨ ଟଙ୍କା ବଢ଼ିବ।

Leave A Reply

Your email address will not be published.