Latest Odisha News

BREAKING NEWS

HSRP ନେଇ ପରିବହନ ବିଭାଗକୁ ହାଇକୋର୍ଟଙ୍କ ପ୍ରଶ୍ନ, ଭିତ୍ତିଭୂମି ନଥାଇ କିଭଳି ଦେଲ ଡେଡଲାଇନ୍ ?

ଭୁବନେଶ୍ୱର: ଭିତ୍ତିଭୂମି ନାହିଁ କିନ୍ତୁ ଡେଡଲାଇନ୍ ଦିଆଯାଇଛି । ନିର୍ଦ୍ଧିଷ୍ଟ ତାରିଖ ଭିତରେ ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (HSRP) ନ ଲଗାଇଲେ ମୋଟା ଅଙ୍କର ଜରିମାନା ଗଣିବାକୁ ପଡ଼ିବ । ଆଜି ନମ୍ବର ପ୍ଲେଟ୍ ମାମଲାର ଶୁଣାଣି କରି ହାଇକୋର୍ଟ ପରିବହନ ବିଭାଗକୁ ଜବାବ ମାଗିଛନ୍ତି । ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବା ଲାଗି ରାଜ୍ୟରେ ପର୍ଯ୍ୟାପ୍ତ ଭିତ୍ତିଭୂମି ନଥିବା ବେଳେ କିଭଳି ଡେଡଲାଇନ୍ ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି ଉଚ୍ଚ ନ୍ୟାୟାଳୟ ।

ଏଥିସହ ସମୟ ସୀମା ବୃଦ୍ଧି କରି ହେବ କି ନାହିଁ ଜଣାଇବାକୁ ହାଇକୋର୍ଟ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ମାମଲା ନେଇ ହାଇକୋର୍ଟ ଯାଇଥିଲେ ୨ ବସ୍ ମାଲିକ । ଭିତ୍ତିଭୂମି ନକରି ସରକାର ଡେଡଲାଇନ୍ ଦେଇଥିବା ଜଣାଇଥିଲେ । ଉକ୍ତ ମାମଲାର ଶୁଣାଣି କରି ପରିବହନ ବିଭାଗକୁ ଜବାବ ମାଗିଛନ୍ତି ହାଇକୋର୍ଟ । ଆସନ୍ତା ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ସେପ୍ଟେମ୍ବର ୧୫ ତାରିଖରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ଘୋଷଣା ଅନୁସାରେ- ଯେଉଁ ଗାଡ଼ି ନମ୍ବର ପ୍ଲେଟର ଶେଷ ଅଙ୍କ ୧, ୨, ୩ ଓ ୪ ଥିବ । ସେମାନେ ଅକ୍ଟୋବର ୧ ସୁଦ୍ଧା ନମ୍ବର ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇ ନଥିଲେ ଜରିମାନା ଦେବାକୁ ପଡ଼ିବ । ସେହିଭଳି ଅକ୍ଟୋବର ୩୧ ସୁଦ୍ଧା ଗାଡ଼ି ନମ୍ବର ପ୍ଲେଟର ଶେଷ ଅଙ୍କ ୫, ୬ ଥିଲେ ଲଗାଇବାକୁ ପଡ଼ିବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ।

ଗାଡ଼ି ନମ୍ବର ପ୍ଲେଟର ଶେଷ ଅଙ୍କ ୭ ଓ ୮ ଥିଲେ ନଭେମ୍ବର ୩୦ ସୁଦ୍ଧା ଓ ଗାଡ଼ି ନମ୍ବର ପ୍ଲେଟର ଶେଷ ଅଙ୍କ ୯ ଓ ଶୂନ ଥିଲେ ଡିସେମ୍ବର ୩୧ ସୁଦ୍ଧା ନୂଆ ନମ୍ବର ପ୍ଲେଟ୍ ଲଗାଇବେ । ନଚେତ୍ ଜରିମାନା ଗଣିବାକୁ ପଡ଼ିବ । ୨୦୧୯ ଏପ୍ରିଲ୍ ୧ ପୂର୍ବରୁ କିଣା ଯାଇଥିବା ସମସ୍ତ ପୁରୁଣା ଗାଡ଼ିରେ ମଧ୍ୟ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ କରାଯାଇଛି ।

ଏଥିପାଇଁ ଜୁନ୍ ୧ରୁ ଅନଲାଇନ୍ ପଞ୍ଜିକରଣ ଆରମ୍ଭ ହୋଇଥିଲା । ପୂର୍ବରୁ ଦୈନକ ୭ରୁ ୮ ହଜାର ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ବୁକିଂ ହେଉଥିବା ବେଳେ ଏବେ ଦୈନିକ ୬୦ରୁ ୭୦ ହଜାର ବୁକିଂ ହେଉଛି । ରାଜ୍ୟରେ ଭିତ୍ତିଭୂମିର ଅଭାବ ରହିଥିବା ବେଳେ HSRP ଲଗାଇବା ଅବଧି ବଢ଼ାଇବା ଲାଗି ବିଭିନ୍ନ ଗାଡ଼ି ମାଲିକଙ୍କ ସହ ସଂଘ ଦାବି କରୁଛନ୍ତି ।

Leave A Reply

Your email address will not be published.