Latest Odisha News

BREAKING NEWS

ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ‘ଜନଜାତୀୟ ଗୌରବ ଦିବସ’ ଭାବେ ପାଳିବ ଦେଶ

ନୂଆଦିଲ୍ଲୀ : ଓଡ଼ିଶାର ମହାନ ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ନଭେମ୍ବର ୧୫ ତାରିଖକୁ ‘ଜନଜାତୀୟ ଗୌରବ ଦିବସ’ ଭାବେ ପାଳିବ ସମଗ୍ର ଦେଶ । ଏହି ପ୍ରସ୍ତାବକୁ ଅନୁମୋଦନ କରିଛି କେନ୍ଦ୍ର କ୍ୟାବିନେଟ । ଏହାଫଳରେ ଆଗାମୀ ପୀଢ଼ି ଦେଶ ପାଇଁ ଏହି ମହାନ ଆଦିବାସୀ ସଂଗ୍ରାମୀଙ୍କ ବଳିଦାନ ସମ୍ପର୍କରେ ଅବଗତ ହୋଇପାରିବେ ।

ଭାରତୀୟ ସ୍ବାଧୀନତା ସଂଗ୍ରାମର ମୂଳଦୁଆ ଅନେକ ଆଦିବାସୀ ଗୋଷ୍ଠୀଙକ ଯୋଗୁଁ ମଜବୁତ ହୋଇଥିଲା । ବିଭିନ୍ନ ଆଦିବାସୀ ଗୋଷ୍ଠୀଙ୍କ ବୈପ୍ଳବିକ ଆନ୍ଦୋଳନ ଯୋଗୁଁ ଏହା ସମ୍ଭବ ହୋଇଥିଲା । ବ୍ରିଟିଶ ଶାସନ ବିରୋଧରେ ଏକାଠି ହୋଇ ଆଦିବାସୀମାନେ ସ୍ବାଧୀନତା ସଂଗ୍ରାମ ସହ ଯୋଡି ହୋଇ ଭାରତୀୟଙ୍କୁ ଉତ୍ସାହିତ କରିଥିଲେ ।

ଆଦିବାସୀଙ୍କ ଗୌରବମୟ ଇତିହାସ, ସଂସ୍କୃତି ଏବଂ ସଫଳତାକୁ ସ୍ମରଣୀୟ କରିବା ପାଇଁ ଏହି ଯୋଜନା କରିଛନ୍ତି ଭାରତ ସରକାର । ଏଥିପାଇଁ ନଭେମ୍ବର ୧୫ ରୁ ୨୨ ପର୍ଯ୍ୟନ୍ତ ସପ୍ତାହେ ଧରି ଆଦିବାସୀଙ୍କ ୭୫ ବର୍ଷର ଗୌରବମୟ ଇତିହାସ ସଂସ୍କୃତି ଓ ସାଫଲ୍ୟକୁ ଉତ୍ସବ ଭାବେ ପାଳନ କରିବାକୁ ସ୍ଥିର ହୋଇଛି । ଏହି ଅବସରରେ ବିର୍ସା ମୁଣ୍ଡା ଶେଷ ନିଶ୍ବାସ ତ୍ୟାଗ କରିଥିବା ରାଞ୍ଚିର ଜନଜାତି ସ୍ବାଧୀନତା ସଂଗ୍ରାମୀ ସଂଗ୍ରହାଳୟକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.