Latest Odisha News

BREAKING NEWS

ଏମଏସପିକୁ ନେଇ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି, ଧାନ କୁଇଣ୍ଟାଲ ୨୩୦୦ ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ: ଏମଏସପିକୁ ନେଇ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି । ଧାନର ସର୍ବନିମ୍ନ ସହାୟକ ରାଶି ବଢ଼ାଇଲେ କେନ୍ଦ୍ର ସରକାର । ଧାନ କୁଇଣ୍ଟାଲ ୨୩୦୦ ଟଙ୍କାକୁ ବୃଦ୍ଧି ନେଇ କେନ୍ଦ୍ରର ନିଷ୍ପତ୍ତି । ପୂର୍ବ ବର୍ଷର ଦର ଅପେକ୍ଷା ୧୧୭ ଟଙ୍କା ବୃଦ୍ଧି ପାଇଛି । ସେହିଭଳି ମୁଗର ଏମଏସପି ୮୬୮୨ ଟଙ୍କା ପ୍ରତି କ୍ବିଣ୍ଟାଲ ହେବ ଯାହା ଗତ ବର୍ଷ ଅପେକ୍ଷା ୧୨୪ ଟଙ୍କା ଅଧିକ ରହିଛି । କେନ୍ଦ୍ର କ୍ୟାବିନେଟ ଏହି ନିଷ୍ପତ୍ତି ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

କ୍ୟାବିନେଟର ନିଷ୍ପତି ପରେ ଅଶ୍ନିନୀ ବୈଷ୍ଣବ ସୂଚନା ଦେଇ କହିଛନ୍ତି ଯେ, ଧାନ, ରାଗି, ମିଲେଟ, ବାଜରା, ମକା ଏବଂ କପା ସମେତ ୧୪ଟି ଖରିଫ ଫସଲ ଉପରେ ସର୍ବନିମ୍ନ ସହାୟତା ମୂଲ୍ୟ ଅନୁମୋଦନ କରାଯାଇଛି। ଧାନ କୁଇଣ୍ଟାଲ ୨୩୦୦ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ମୁଗର ଏମଏସପି କ୍ବିଣ୍ଟାଲ ପ୍ରତି ୮୬୮୨ ଟଙ୍କା ବୃଦ୍ଧି ପାଇଛି । ସେହିପରି ସୂର୍ଯ୍ୟମୁଖୀ ମଞ୍ଜି ଉପରେ ଏମଏସପି କୁଇଣ୍ଟାଲ ପିଛା ୯୮୩ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ରାଶି ଉପରେ ଏମଏସପି କୁଇଣ୍ଟାଲ ପିଛା ୬୩୨ ଟଙ୍କା, ମସୁର ଏବଂ ହରଡ଼ ଡାଲି ଉପରେ ଏମଏସପି କୁଇଣ୍ଟାଲ ପିଛା ୫୫୦ ଟଙ୍କା ଓ କପା ଉପରେ ଏମଏସପି ୫୦୧ ଟଙ୍କା ବୃଦ୍ଧି ପାଇଛି।

Comments are closed.