ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ। ବିଶ୍ୱକର୍ମା ଯୋଜନାରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ। କୌଳିକ ବୃତ୍ତି କରୁଥିବା ଲୋକ ହେବେ ଉପକୃତ। କୌଳିକ ବୃତ୍ତିଗତ ବ୍ୟବସାୟୀଙ୍କ ଉନ୍ନତି ପାଇଁ ‘ବିଶ୍ୱକର୍ମ ଯୋଜନା’କୁ ଆଜି କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱକର୍ମା ଯୋଜନା ଲାଗୁ କରାଯିବ ବୋଲି କହିଥିଲେ।
ଏହି ଯୋଜନା ଅଧିନରେ ବୃତ୍ତିଗତ ବ୍ୟବସାୟୀଙ୍କୁ ସର୍ବାଧିକ ୫ ପ୍ରତିଶତ ସୁଧରେ ୧ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯିବ। ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାକୁ ମଞ୍ଜୁରୀ ମିଳିଛି। ଆସନ୍ତା ବିଶ୍ୱକର୍ମା ଜୟନ୍ତୀଠାରୁ ‘ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା’ ଆରମ୍ଭ ହେବ। ଏହି ଯୋଜନା ପାଇଁ ୧୩ ହଜାର କୋଟିର ବ୍ୟୟ ଅଟକଳ କରାଯାଇଛି।
✅#Cabinet approves ‘PM Vishwakarma’ scheme to support traditional artisans and craftspeople of rural and urban India#CabinetBriefing pic.twitter.com/MVWuqHyquh
— PIB in Odisha (@PIBBhubaneswar) August 16, 2023
ଏହି ଯୋଜନା ଅଧିନରେ ୧୮ କୌଳିକ ବୃତ୍ତିଗତ ବ୍ୟବସାୟୀଙ୍କୁ ରଖାଯାଇଛି। ସୁନା କାରିଗର(ବଣିଆ), କମାର, ବାରିକ, ମୋଚୀ, କୁମ୍ଭାର, ମୂର୍ତ୍ତି କାରିଗର, ରାଜ ମିସ୍ତ୍ରୀ, ଧୋବା, ଦରଜି, ମାଛ ଜାଲ ବୁଣାକାରୀ, ଡଙ୍ଗା କାରିଗର ଭଳି ଅନ୍ୟ କୌଳିକ ବୃତ୍ତିକୁ ପେଶା ଭାବେ ଗ୍ରହଣ କରୁଥିବା ଲୋକ ଏହି ଯୋଜନା ଅଧୀନରେ ରହିବେ।
Comments are closed.