Latest Odisha News

ମଞ୍ଜୁରୀ ଦେଲା କେନ୍ଦ୍ର: ଓ୍ବାକଫ୍ ବିଲରେ ହେବ ସଂଶୋଧନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବାଧିନ କେନ୍ଦ୍ରୀୟ କ୍ୟାବିନେଟ ଏବେ ଓ୍ବାକଫ୍ ସଂଶୋଧନ ବିଲକୁ ମଞ୍ଜୁରୀ ଦେଇଛି । ଓ୍ବାକଫ୍ ସଂଶୋଧନ ବିଲରେ ମିଳିତ ସଂସଦ କମିଟି, ଜେପିସି ଦ୍ବାରା ପ୍ରସ୍ତାବିତ କରାଯାଇଥିବା ସମସ୍ତ ପରିବର୍ତ୍ତନ କରାଯିବ ବୋଲି ସମ୍ମତି ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ଯାହା ବେଜେଟ ଅଧିବେଶନର ଦ୍ବିତୀୟାର୍ଦ୍ଧରେ ସଂସଦରେ ପାରିତ ହୋଇପାରେ । ଯାହା  ଆସନ୍ତା ମାର୍ଚ୍ଚ ୧୦ରୁ ଆରମ୍ଭ ହେବାକୁ ଯାଉଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ର କ୍ୟାବିନେଟ୍ ବିଜେପି ନେତା ଜଗଦମ୍ବିକା ପାଲଙ୍କ ନେତୃତ୍ୱରେ ସୁପାରିଶ କରାଯାଇଥିବା ଜେପିସିର ଅଧିକାଂଶ ପରିବର୍ତ୍ତନରେ ସମ୍ମତି ପ୍ରଦାନ କରିଛି । ଯାହା ଗତ ସପ୍ତାହରେ ଭାରତୀୟ ବନ୍ଦର ବିଲ୍ ସହିତ ମଞ୍ଜୁରୀ ପାଇଥିଲା । ଆଉ କୁହାଯାଉଛି, ଏବେ ଏହା ବଜେଟ୍ ଅଧିବେଶନର ବାକିଥିବା ଅଂଶରେ ସରକାରଙ୍କ ଦ୍ୱାରା ପ୍ରାଥମିକତା ତାଲିକାରେ ରଖାଯାଇଛି ।

ତେବେ ଓ୍ବାକଫ୍ ବିଲକୁ ନେଇ ଜେସିପି ଦ୍ବାରା ପ୍ରସ୍ତାବିତ ୧୪ଟି ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର । ଯାହାକୁ ଗତ ୨୭ ତାରିଖରେ ପ୍ୟାନେଲ ପକ୍ଷରୁ ମଞ୍ଜରୀ ମିଳିଥିଲା ।  ବିଲରେ ମୋଟ ଉପରେ ୬୬ ଟି ପରିବର୍ତ୍ତନ କରିବାକୁ ଜେପିସି କମିଟି ସୁପାରିସ କରିଥିଲା। ସେଥିରୁ ବିରୋଧୀ ଦେଇଥିବା ୪୪ଟି ପ୍ରସ୍ତାବ ନାକଚ ହୋଇଥିବା ବେଳେ ବିଜେପି ଏବଂ ସହଯୋଗୀ ଦଳ ଦେଇଥିବା ୨୩ ଟି ପ୍ରସ୍ତାବକୁ ଗ୍ରହଣ କରାଯାଇଛି ।

ଓ୍ବାକଫ୍ ବିଲ୍ ସଂଶୋଧନ ପାଇଁ ଗଠିତ ହୋଇଥିବା କମିଟିରେ ୧୬ଜଣ ବିଜେପି ଓ ସହଯୋଗୀ ଦଳଙ୍କ ସାଂସଦ ଥିବା ବେଳେ ୧୦ ଜଣ ବିରୋଧୀ ସାଂସଦ ଅଛନ୍ତି। ସଂଶୋଧନରେ ୱାକଫ ବୋର୍ଡରେ ଅଣମୁସଲିମଙ୍କୁ ନୋମିନେଟ କରିବାର ବ୍ୟବସ୍ଥା ରହିଛି। ଏଥିସହ ଅତି କମରେ ଦୁଇ ଜଣ ମହିଳାଙ୍କୁ ବୋର୍ଡରେ ରଖିବାକୁ ନିଷ୍ପତ୍ତି ହୋଇଛି।

 

 

Comments are closed.