ମୁମ୍ବାଇ: ମହାରାଷ୍ଟ୍ରରେ ଆସନ୍ତା କାଲି କ୍ୟାବିନେଟ ସମ୍ପ୍ରସାରଣ ହୋଇପାରେ । ରିପୋର୍ଟ ମୁତାବକ ୧୪ ଜଣ ମନ୍ତ୍ରୀ ଶପଥ ନେଇପାରନ୍ତି । ବିଜେପିର ସୁଧୀର ମୁଙ୍ଗାନତୱାର, ଚନ୍ଦ୍ରକାନ୍ତ ପାଟିଲ, ଗିରିଶ ମହାଜନ ଓ ଏକନାଥ ସିନ୍ଧେଙ୍କ ଟିମର ଗୁଲାବ ରଖୁନାଥ ପାଟିଲ, ସଦା ସର୍ଭନାକା, ଦୀପକ ବସନ୍ତ କେଶରକର ମନ୍ତ୍ରୀ ହେବା ଏକ ପ୍ରକାର ନିଶ୍ଚିତ ହୋଇସାରିଛି । ବିଜେପି ଓ ସିନ୍ଦେଙ୍କ ଟିମରୁ ୭ଜଣ ଲେଖାଁଏ ମନ୍ତ୍ରୀ କରାଯିବ । ସରକାର ଗଠନ ପରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରାଯାଉ ନ ଥିବାରୁ ବିରୋଧୀ ବାରମ୍ବାର ସମାଲୋଚନା କରୁଥିଲା । ଦେବେନ୍ଦ୍ର ଫଡନାଭିସ ଏଥିନେଇ ବାରମ୍ବାର ଦିଲ୍ଲୀ ଗସ୍ତ କରିଥିଲେ । ସିନ୍ଦେ ନୀତି ଆୟୋଗ ବୈଠକରେ ମଧ୍ୟ ଯୋଗ ଦେଇଥିଲେ । ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ବିଳମ୍ବ ହୋଇଥିଲେ ମଧ୍ୟ ସରକାରୀ କାର୍ଯ୍ୟରେ କୌଣସି ବାଧା ସୃଷ୍ଟି ହୋଇ ନାହିଁ ବୋଲି ସିନ୍ଦେ କହିଛନ୍ତି । ଇତି ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ମଙ୍ଗଳବାର ତାଙ୍କର ସମସ୍ତ କାର୍ଯ୍ୟକୁ ବାତିଲ କରିଛନ୍ତି । ବୁଧବାରଠାରୁ ମହାରାଷ୍ଟ୍ରର ମନସୁନ ସେଶନ ଆରମ୍ଭ ହୋଇ ୧୮ ଅଗଷ୍ଟରେ ଶେଷ ହେବ । ଶିବସେନା କାହାର ସେ ସମ୍ପର୍କରେ ସୁପ୍ରିମକୋର୍ଟ ଶୁଣାଣୀକୁ ୧୨ ଅଗଷ୍ଟ ପର୍ଯ୍ୟନ୍ତ ଘୁଂଚାଇ ଦେଇଛନ୍ତି ।
BREAKING NEWS
- ରୁଷିଆରେ ସେନା ବିମାନ ଦୁର୍ଘଟଣା: ୨୯ ମୃତ
- ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି
- ଆଜିଠୁ ATMରୁ ଟଙ୍କା ଉଠାଣ ସୀମା ବଦଳିଲା, ନୂଆ ଆୟକର ଆଇନ ଲାଗୁ
- ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
- ଆଜି ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ଗଠନକୁ ପୂରିଲା ୯୦ ବର୍ଷ
- ଦୀର୍ଘ ସମୟ ଧରି ଚାଲିଲା ବିଧାନସଭା ଅଧିବେଶନ, ରାତି ଅଧରେ ହେଲା ବିଲ୍ ପାସ୍
- ବଙ୍ଗଳା ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- କମର୍ସିଆଲ LPG ଦର ବଢ଼ାଇଲେ କେନ୍ଦ୍ର ସରକାର
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
Comments are closed.